ଭବାନୀପାଟଣା/ଲାଞ୍ଜିଗଡ ୨୫।୫: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ରୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଡିବନ୍ଧା ଗ୍ରାମରେ ବଜ୍ରାଘାତରେ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରଵିବାର ଅପରାହ୍ନରେ ୪ଘଣ୍ଟା ସମୟରେ କାଳବୈଶାଖୀ ତାଣ୍ଡବରେ ପ୍ରବଳ ଘଡଘଡି ସହ ପବନ ବର୍ଷା ହୋଇଥିବାରୁ ଗଛ ମୂଳରେ ଥିବା ଉକ୍ତ ଗ୍ରାମର ଚେରରେ ସିଂ ଗଉଡଙ୍କ ଗୋଟିଏ ବଳଦ ଓ କେଶବ ଗଉଡଙ୍କ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଉଭୟ ବଳଦ ମୂଲ୍ୟ ପ୍ରାୟ ସତୁରୀ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏହାକୁ ନେଇ ପଶୁ ଚିକିତ୍ସକ ଓ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ। ସନ୍ଧ୍ୟା ହୋଇ ଥିବାରୁ ଆସନ୍ତା କାଲି ସୋମବାର ସକାଳୁ ଘଟଣା ସ୍ଥଳରେ ବ୍ୟବଚ୍ଛେଦ କରି ପୋତି ଦିଆଯିବ ବୋଲି ଭି ଏସ ତେଜସ୍ବୀନି ସାହୁ କହିଛନ୍ତି। ଏହାର ରିପୋଟ ରାଜସ୍ୱ ଅଧିକାରୀ ବା ତହସିଲଦାରଙ୍କୁ ରିପୋର୍ଟ ଦେବା ପରେ ସରକାରଙ୍କ ଠାରୁ ଯାହା ସହାୟତା ଆସିବ ସେମାନଙ୍କୁ ଯୋଗାଇ ଦିଆଯିବ ବୋଲି ସୁଚନା ଦେଇଛନ୍ତି।