କଲ୍ୟାଣସିଂହପୁର୨୦/୧୦ ଚାଷ ଜମିରେ ପାଣି ଛାଡିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଗି ନାଚିକା (୨୦)। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସାନତଡ୍ରା ଗାଁ ନିକଟରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବଗି ନାଚିକା ଗାଁଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କେନ୍ଦୁଗୁଡା ଗାଁ ପାର୍ଶ୍ୱ ଚାଷ ଜମିରେ ପାଣି ଛାଡିବା ସମୟରେ ବଜ୍ରପାତରେ ଆହତ ହୋଇଥିଲେ । ଅପରାହ୍ନ ସମୟରେ ହଠାତ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା ଏବଂ ସେତେବେଳେ ଏହି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି । ସେହି ସମୟରେ ବଜ୍ରାଘାତରେ ଆହତ ହୋଇଥିଲେ ବଗି । କିଛି ସମୟ ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକ ଖବରପାଇ ଶବ ଉଦ୍ଧାର କରି ମେଡିକାଲ ନେଇଛନ୍ତି । ଏଣେ ଘଟଣା ସମ୍ପର୍କରେ ସୂଚନା ପାଇ କଲ୍ୟାଣସିଂହପୁର ଥାନା ପୁଲିସ ଟିମ୍ ସହିତ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।