ଭୁବନେଶ୍ବର,୨୬/୬ : କ୍ରିକେଟ ପଡ଼ିଆରେ ଘଟିଛି ଅଘଟଣ । ବଜ୍ରପାତ ଘଟି ୨ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶଗଡ଼ା ଝାଙ୍କରପଡ଼ା ଗାଁରେ । ଦୁଇ ଜଣ ମୃତକ ହେଲେ ବିଶ୍ବଜିତ ମିର୍ଦ୍ଧା, ଚରଣ କୁମ୍ଭାର । ସୂଚନା ଅନୁସାରେ, ଶୁକ୍ରବାର କ୍ରିକେଟ ପଡ଼ିଆରେ ପିଲାମାନେ ଖେଳୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।