ଭୁବନେଶ୍ବର,୩/୭ : ବରଯାତ୍ରୀଙ୍କ ଉପରେ ବଜ୍ରପାତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ କୋଇଲିପଙ୍ଗି ଗାଁର ଅମିନ ବେହେରା ବୋଲି ଜଣାପଡ଼ିଛି। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ଝୁମ୍ପୁଡ଼ିଆରୁ ରଞ୍ଜା ଗାଁକୁ ଏକ ବରାଯାତ୍ରୀ ଦଳ ଯାଉଥିଲେ । ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ୩ଜଣ ଅସୁସ୍ଥ ହୋଇପଡ଼ିଥିଲେ । ପରେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଅମିନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢନ୍ତୁ : ପ୍ରକୃତି କୋଳରେ ମଧୁପୁରଗଡ଼ ଜଗନ୍ନାଥ ମନ୍ଦିର, ରଥରେ ଛେରାପହଁରା କରନ୍ତି ରାଣୀ