ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଏମର୍ଜେନ୍ସି ଭଳି ଏବେ ମଧ୍ୟ କଂଗ୍ରେସ ପାଖରେ ସାମନ୍ତବାଦୀ, ଏକଛତ୍ରବାଦୀ ଓ ଅହଙ୍କାର ମାନସିକତା ରହିଛି : ଧର୍ମେନ୍ଦ୍ର ପ୍ରଧାନ

Published By : Suraj Kumar | June 26, 2025 7:19 PM

ଭୁବନେଶ୍ୱର, ୨୬।୬ – ଏମର୍ଜେନ୍ସିର ଗୋଟିଏ ମୂଳ କାରଣ ଥିଲା - ଇନ୍ଦିରା ଗାନ୍ଧୀଙ୍କ ପରିବାର ପ୍ରତି ମୋହ । ମୁଁ ଓ ମୋର ପୁତ୍ର ସଞ୍ଜୟ ଗାନ୍ଧୀ ଏବଂ ପରିବାର ଦେଶକୁ ଚଲାଇବାର ମାନସିକତା । ଆଜି ମଧ୍ୟ କଂଗ୍ରେସ ପାଖରେ ସେହି ସାମନ୍ତବାଦୀ, ଏକଛତ୍ରବାଦୀ ଓ ଅହଙ୍କାର ମାନସିକତା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ  “କଂଗ୍ରେସ ଦ୍ୱାରା ଗଣତନ୍ତ୍ରକୁ କୁଠାରଘାତ ଇତିହାସର ୫୦ ବର୍ଷର କାହାଣୀ” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସେମିନାରରେ ଶ୍ରୀ ପ୍ରଧାନ କହିଛନ୍ତି, ୧୯୭୫ ଜୁନ୍ ୨୫ ତାରିଖରେ 'ଜରୁରୀକାଳୀନ ପରିସ୍ଥିତି' ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଏକ କଳା ଫର୍ଦ୍ଦ, ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ । ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସେହି ଅନ୍ଧାର ସମୟରେ ଲକ୍ଷ ଲକ୍ଷ ଦେଶପ୍ରେମୀ ଯେଉଁ ଯନ୍ତ୍ରଣା ଏବଂ ନିର୍ଯାତନା ସହିଥିଲେ ତାହା ଇତିହାସର ଏକ ଅଲିଭା ଅଧ୍ୟାୟ । “ଏମର୍ଜେନ୍ସି” ଲାଗୁ ହେଲା ପରେ ସାଧାରଣ ଭାରତୀୟ ନାଗରିକର ବାକ୍ ସ୍ୱାଧୀନତାକୁ ଦମନ କରାଯିବା ସହ ଚତୁର୍ଥ ସ୍ତମ୍ଭ ସ୍ୱାଧୀନତା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଥିଲା । ସାଧାରଣ ଭାରତୀୟ ନାଗରିକଙ୍କୁ ବାଧ୍ୟତାମୂଳକ ଭାବରେ ବନ୍ଧ୍ୟାକରଣ କରିବା ସହ ବାକ୍ ସ୍ୱାଧୀନତା ଛଡେଇ ନିଆଯାଇଥିଲା । ସମସ୍ତ ବିରୋଧୀ ନେତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଜେଲରେ ପୁରାଇ ନିର୍ଯ୍ୟାତନା ଦିଆଯାଇଥିଲା । ଓଡ଼ିଶା ମାଟିର ଶୀର୍ଷ ନେତା ଡ. ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପବିତ୍ର ମୋହନ ପ୍ରଧାନ, ସାମ୍ବାଦିକ ରାଧାନାଥ ରଥ ,  ବିଶ୍ୱଭୂଷଣ ହରିଚନ୍ଦନ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ପ୍ରମୁଖ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ, ଅସହିଷ୍ଣୁ ତଥା ଆକ୍ରୋଶମୂଳକ ପଦକ୍ଷେପର ଶିକାର ହୋଇଥିଲେ । କିଶୋର କୁମାରଙ୍କ ଭଳି ଗୀତକୁ ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରଣ କରିବା ପାଇଁ ବିରୋଧ ହୋଇଥିଲା । ସେତେବେଳେ ଏତେ ଅସହିଷ୍ଣୁ ଥିଲା ପରିବାର ସର୍ବୋପରି । ସାମନ୍ତବାଦୀ ମାନସିକତା । ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ନୀତି ଯୋଗୁଁ ଏହା ଭାରତୀୟ ଗଣତନ୍ତ୍ରରେ ଚିର ଦିନ ପାଇଁ କଳାଦାଗ ହୋଇ ରହିଛି । 'ଜରୁରୀକାଳୀନ'ର ୫୦ ବର୍ଷ ପୂରଣ ଅବସରରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସଂଘର୍ଷ ଏବଂ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଆଜିର ଦିନରେ ମୋର ପ୍ରଣାମ ଜଣାଉଛି ।

ଶ୍ରୀ ପ୍ରଧାନ କହିଛନ୍ତି, ଆଜି କଂଗ୍ରେସର ଚେହେରା ବଦଳି ଯାଇଛି । କିନ୍ତୁ ସ୍ୱେଚ୍ଛାଚାରୀ ମାନସିକତାରେ କୌଣସି ପରିବର୍ତନ ଆସିନାହିଁ । ନିର୍ବାଚନରେ ପରାଜୟ ହେଲେ କଂଗ୍ରେସ ଦେଶର ନିର୍ବାଚନ ବ୍ୟବସ୍ଥାକୁ ବିରୋଧ କରୁଛି ।   “ଏମର୍ଜେନ୍ସି” ଆମ ଇତିହାସର କେବଳ ଏକ ଘଟଣା ନୁହେଁ ବରଂ କଂଗ୍ରେସ ମାନସିକତାର ଜ୍ୱଳନ୍ତ ପ୍ରମାଣ ଅଟେ । ଇନ୍ଦିରାଙ୍କ ସ୍ୱେଚ୍ଛାଚାରୀ ମାନସିକତାର ପ୍ରତିଫଳନ ଆଜି ବି କଂଗ୍ରେସ ନେତୃତ୍ୱରେ ଦେଖିବାକୁ ମିଳେ । ଏବେ ବି କଂଗ୍ରେସ ଶାସିତ ରାଜ୍ୟରେ ସାମ୍ବାଦିକଙ୍କ ଉପରେ ମାମଲା ରୁଜୁ କରାଯାଉଛି, ସାମାଜିକ ଗଣମାଧ୍ୟମରେ ପୋଷ୍ଟିକୁ ନେଇ ଗିରଫ ଦାରୀ କରାଯାଉଛି । ବର୍ତ୍ତମାନ ସମୟରେ ଦେଶର ସୁରକ୍ଷା, ସେନାର କାର୍ଯ୍ୟାନୁଷ୍ଠାନ, ବୈଦେଶିକ ନୀତିକୁ ନେଇ କଂଗ୍ରେସ ଯେଉଁଭଳି ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି, ତାହା କେବଳ ରାଜନୈତିକ ଫାଇଦା ପାଇଁ ନୁହେଁ ବରଂ ରାଷ୍ଟ୍ରହିତର ବିରୋଧ ଅଟେ । ଜରୁରୀକାଳୀନ ପରସ୍ଥିତିର କଳାଫର୍ଦ୍ଦରୁ ଶିକ୍ଷା ନେବାର ଅଛି ଯେ ଭାରତବର୍ଷର ସାଧାରଣ ମଣିଷର ଅଧିକାରର ସୁରକ୍ଷା ହେଉଛି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମୂଲ୍ୟବୋଧର ଆଧାର । ଏଥିରେ କେବେ ହେଲେ ସାଲିସ ହେବା କଥା ନୁହେଁ । ଏହି ଦିନକୁ ଆମେମାନେ କେହି ଭୁଲିବା ଅନୁଚିତ୍ । ଆମେ ସମସ୍ତେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାୟିତ୍ୱ ନେବା ଦରକାର । ଗଣତନ୍ତ୍ରର ଉଦାହରଣ ଦେବାକୁ ଯାଇଁ ଶ୍ରୀ ପ୍ରଧାନ କଳିଙ୍ଗ ଯୁଦ୍ଧ ଏବଂ ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । 

 ଆମର ବିଚାର ରାଷ୍ଟ୍ର ସର୍ବୋପରି । ଆମର ରାଷ୍ଟ୍ର ପ୍ରଥମ । ନିଜ ଓ ଦଳର ହିତ ଅପେକ୍ଷା ଦେଶ ହିତକୁ ମହତ୍ୱ ଦେଉ । ଏଥିପାଇଁ ଭାରତୀୟ ଜନସଂଘ ୫୦ ଦଶକରୁ ଆରମ୍ଭ ହୋଇ ଲୋକସେବା ଓ ଲୋକକଲ୍ୟାଣର ଏକ ବଡ ରାଜନୈତିକ ଦଳରେ ଆଜି ପରିଣତ ହୋଇଛି । ବିଜେପି ଶାସିତ ଭାରତର ୬୫ ଭାଗ ଲୋକମାନେ ଜନକଲ୍ୟାଣକାରୀ ସରକାରୀ ଯୋଜନାର ଲାଭ ପାଉଛନ୍ତି ।   

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳର ଜଣେ ଯୁବ ଆରଏସଏସ ପ୍ରଚାରକ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ଅନୁଭବ କରିଥିଲେ । ଏମର୍ଜେନ୍ସି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେ ସମୟରେ ଓଡ଼ିଶା ମଧ୍ୟ ଆସିଥିଲେ । ଏହାକୁ ନେଇ ବ୍ଲୁ କ୍ରାଫ୍ଟ ଫାଉଣ୍ଡେସନ ଦ୍ୱାରା ଲିଖିତ ପୁସ୍ତକ  ‘ଦି ଏମର୍ଜେନ୍ସି ଡାଏରିଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍ ଏ ଲିଡର’କୁ ଗତକାଲି 'ସମ୍ବିଧାନ ହତ୍ୟା ଦିବସ" ଉପଲକ୍ଷେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ । ସେ ସମୟରେ ସେ କିପରି ମିଶା ଅଧିନିୟମ ଅନୁଯାୟୀ ଜେଲରେ ଥିବା ଲୋକଙ୍କ ଘରକୁ ଯାଇଥିଲେ ଏବଂ ସେମାନଙ୍କ ପରିବାର ସହିତ କଥା ହୋଇଥିଲେ ଏବଂ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ, ତାହା ପୁସ୍ତକରେ ବର୍ଣ୍ଣିତ । ଏହି ପୁସ୍ତକକୁ ସବୁ ଯୁବ ବନ୍ଧୁମାନେ ପଢିବା ଦରକାର । ଏହି ପୁସ୍ତକକୁ ଓଡ଼ିଆ ଭାଷାରେ ଲୋକାର୍ପଣ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । 

 ଏହି ଅବସରରେ ଶ୍ରୀ ପ୍ରଧାନ ଜରୁରୀକାଳୀନ ପରିସ୍ଥିତିର କଳା ସ୍ମୃତିର ୫୦ ତମ ବର୍ଷ ଉପଲକ୍ଷେ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଲୋକତନ୍ତ୍ର ସେନାନୀମାନଙ୍କୁ ସମ୍ମାନିତ କରିଥିଲେ । ଆଲୋଚନା ଚକ୍ର ଶେଷ ହେବା ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ ।   ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରେ "ଏକ ପେଡ୍ ମା’ କେ ନାମ ୨.୦" ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.