ସଇଁତଳା,୨୧।୫ : ସଇଁତଲା ଥାନା ବେଲଗାଁ ଗ୍ରୀଡ଼ ଯୁବମାଳ ଗାଁରେ ଅଭାବନୀୟ ଘଟଣା। ବିଦ୍ୟୁତ ଖୁଣ୍ଟରେ ଚଢି ତାର ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଲାଇନ ମ୍ୟାନଙ୍କ ମୃତ୍ୟୁ ଘଟିଛି। ମୃତ ଲାଇନମ୍ୟାନ ଜଣକ ହେଉଛନ୍ତି ମେଘ ବଗର୍ତ୍ତି।
ଯୁବମାଲ ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ତାର ଲାଇନ ମ୍ୟାନ ମେଘ ବଗର୍ତ୍ତି ସଜାଡୁଥିଲେ। ହଠାତ ତାରରେ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା। ଫଳରେ ବିଦ୍ୟୁତ ଆଘାତରେ ମେଘଙ୍କ ଜୀବନ ଚାଲି ଯାଇଥିଲା। ଖବର ପାଇ ସଇଁତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।