ପୁରୀ, ୩୧/୧୨ ; ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଥିବାରୁ ଏକ୍ସପେରିମେଣ୍ଟ କରିବା ସମ୍ଭବ ନୁହେଁ।
ମନ୍ତ୍ରୀ କହିଛନ୍ତି ଯେ, ଅସମ୍ଭାଳ ଭିଡ଼କୁ ଆଖିରେ ରଖି ବଡଦାଣ୍ଡରୁ ଲାଗିଥିବା ଲମ୍ବା ଧାଡ଼ିରେ ଫ୍ୟାନ, କୁଲର, ପିଇବା ପାଣି ଏବଂ ପାଣି ସିଞ୍ଚନ କରିବାକୁ ନିର୍ଦେଶ ଦିଆଯାଇଛି। ଭିନ୍ନକ୍ଷମଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରାଯିବ। ସରକାର ଭିଡ଼ ନେଇ ଟିକନିକ ଖବର ନେଉଛନ୍ତି। ଦିନକ ପରେ ନୂଆବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଶ୍ରୀମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହେଉଛି।
ଧାଡ଼ି ଦର୍ଶନ ହେଲେ ଶ୍ରଦ୍ଧାଳୁମାନେ ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାଇ ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ । ସେହିପରି ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ମନ୍ଦିରରୁ ବାହାରିବେ।