ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଆଉ ଉପାସରେ ରହିବେନି ମହାପ୍ରଭୁ ଲିଙ୍ଗରାଜ, ଅସ୍ଥାୟୀ ଭାବେ ବିବାଦ ବାଦ ଦେଇ ହେବ ନୀତିକାନ୍ତି

Published By : Manoj | August 7, 2025 8:56 AM

ଭୁବନେଶ୍ୱର,୦୭/୦୮: ‘ଆମେ ଠାକୁରଙ୍କ ଦୈନଦିନ ନୀତି ବନ୍ଦ ହେବାକୁ ଦେବା ନାହିଁ କି ଉପାସ ରଖିବା ନାହିଁ  ା ଯଦି ଆବଶ୍ୟକ ପଡୁଛି ତା' ହେଲେ ଏବେକାର ପର୍ବ ପର୍ବାଣୀକୁ ଅସ୍ଥାୟୀ ଭାବେ ବିବାଦ ସମାଧାନ ହେବା ପର୍ଯ୍ୟନ୍ତ  ପାଶୋରି ଦେବା । କିନ୍ତୁ ପ୍ରାଥମିକତା ଦେବା ଦିଅଁଙ୍କ ସେବା ପୂଜା’ । ବୁଧବାର ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ଶ୍ରୀଲିଙ୍ଗରାଜଙ୍କ ସେବାୟତ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳ  ଅମ୍ରୀତ ଋତୁରାଜ ଏକ ଜରୁରୀ ବୈଠକରେ ଏମିତି ମତପ୍ରକାଶ  କରିଛନ୍ତି । 

ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର  କାର୍ଯ୍ୟନିର୍ବାହୀ ଅଧିକାରଙ୍କ ଅଧ୍ୟକ୍ଷତାରେ  ଶିବ ପବିତ୍ରାରୋପଣ ନୀତି ବାବଦରେ  ମନ୍ଦିର କାର୍ଯ୍ୟାଳୟରେ ଆଲୋଚନା  କରାଯାଇଥିଲା । କିନ୍ତୁ ବୈଠକରେ  କୌଣସି ନିଷ୍କର୍ଶ ନ ବାହାରିବାରୁ ବୁଧବାର ସନ୍ଧ୍ୟାଧୂପ ପରଠୁ ଦେଢ ଦିନ ମନ୍ଦିରରେ  ନୀତି ବନ୍ଦ ହେବାର ଥିଲା । କିନ୍ତୁ ଏହି  ଅଚଳ ପରିସ୍ଥିତିକୁ ଏଡାଇବା ଲାଗି  ଜିଲ୍ଲାପାଳ ଏକ ଜରୁରୀ ବୈଠକ ଡକାଇ  ଥିଲେ । ଏଥିରେ ଦେବୋତ୍ତର କମିସନର  ଲଲାଟେନ୍ଦୁ ଜେନା,ପୂଜାପଣ୍ଡା ନିଯୋଗ  ସଭାପତି ପ୍ରସନ୍ନ ପୂଜାପଣ୍ଡା,ସମ୍ପାଦକ  ସଚ୍ଚିକାନ୍ତ ପୂଜାପଣ୍ଡା,ବଡୁ ନିଯୋଗ  ସଭାପତି ଅଞ୍ଚଳ ବଡୁ,ସମ୍ପାଦକ  କମଳାକାନ୍ତ ବଡୁ,ବ୍ରାହ୍ମଣ ନିଯୋଗ  ସଭାପତି ନାରାୟଣ ମହାପାତ୍ର,ଏଡିଏମ  ତଥା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି,ସହକାରୀ  କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ  ଭାରୀମଲ ଓ ମନ୍ଦିର କାର୍ଯ୍ୟାଳୟ  କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରାୟ  ୨ ଘଣ୍ଟା ମହାପ୍ରଭୁଙ୍କ ପବିତ୍ରା ରୋପଣ  ନୀତି ବାବଦରେ ଆଲୋଚନା କରିଥିଲେ ।  

ଶେଷରେ ପୂଜାପଣ୍ଡା ନିଯୋଗ ପ୍ରତିନିଧି  ମାନେ କହିଥିଲେ ଯେ, ଆସନ୍ତା ବର୍ଷ  ସୁଦ୍ଧା ଏହି ପର୍ବର ବିବାଦ ତୁଟାଇବେ ନଚେତ ଆମେ ନୀତିରେ ସହଯୋଗ  କରିବୁ ନାହିଁ । ଏଥିରେ ଜିଲ୍ଲାପାଳ ସହମତି ହୋଇଥିଲେ । ଏହା ବ୍ୟତିତ ସେ କହିଥିଲେ ଯେ, ବର୍ତ୍ତମାନ ଲଗାତାର କିଛି ବୈଠକ କରି ଠାକୁରଙ୍କ ପୂଜା  ନୀତିକୁ ନେଇ ଯାହା ବି ବିବାଦ ଅଛି  ସମାଧାନ କରିବାକୁ ପ୍ରୟାସ କରାଯିବ ।  

ପ୍ରକାଶ ଥାଉ କି ୨୦୨୦ ମସିହା ଶିବ  ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜଙ୍କ  ଠାରେ ବଡୁ ଏବଂ ପୂଜାପଣ୍ଡା ନିଯୋଗ  ମଧ୍ୟରେ ସେବା ଅଧିକାର (କେଉଁ  ନିଯୋଗ କେତୋଟି ପଇତା ଲାଗି  କରିବ) ନେଇ ବିବାଦ ଉପୁଜି ଥିଲା ।  ବିବାଦ ସେହି ଦିନ ମନ୍ଦିର ପ୍ରଶାସନକୁ  ମଧ୍ୟ ସେବାୟତ ମାନେ ଅବଗତ  କରାଇଥିଲେ । କିନ୍ତୁ ସମାଧାନ ନ  ହୋଇପାରିବା କାରଣରୁ ସେଇ ବର୍ଷ  ଠାରୁ ଏହି ନୀତି ବନ୍ଦ ହୋଇଥିଲା । ଏବେ  ଉକ୍ତ ବିବାଦ ସହକାରୀ ଦେବୋତ୍ତରଙ୍କ  ନିକଟରେ ବିଚାରଧୀନ ଅଛି । ପ୍ରତି  ବର୍ଷ ତ୍ରୟୋଦଶୀ ସଂନ୍ଧ୍ୟାଧୂପ ବେଳେ  କିଛି ନିର୍ଦ୍ଦିଷ୍ଟ ପୂଜା ନୀତି ନ ହୋଇ  ପାରିବା କାରଣରୁ ଦେଢ ଦିନ ଠାକୁର  ଅପୂଜା ଓ ଉପାସରେ ରହୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.