ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଲିଙ୍ଗରାଜ ଷ୍ଟେସନ ବିକାଶରେ ବଳିପଡ଼ିବ ୩୦୦ ବର୍ଷର ନନ୍ଦୀ ବରଗଛ: ଡାଳ କାଟିଛନ୍ତି, ଗଣ୍ଡି କାଟିବାକୁ ଦାଗ ଦେଲେଣି

Published By : Prameya | November 19, 2024 2:18 PM

ଭୁବନେଶ୍ୱର ୧୯/୧୧: ୩୦୦  ବର୍ଷର ବିଶାଳ ବରଗଛ । ସ୍ଥାନୀୟ ଲୋକେ  ଆଦରରେ ନାଁ ଦେଇଥିଲେ ନନ୍ଦୀ ବରଗଛ ।  ବ୍ରିଟିଶ ଅମଳରେ ରେଳ ଲାଇନ୍‌ ପଡ଼ିବା ଠାରୁ ଠିଆ ହୋଇଛି । ଷ୍ଟେସନ ଯାତ୍ରୀଙ୍କୁ ଛାଇ  ଦେଉଛି, ଶ୍ରମିକ ମାନେ ଆଶ୍ରୟ ନେଉଛନ୍ତି ।  ଡାଳରେ କେତେ ଚଢ଼େଇ, ଚିରିଗୁଣି ବସା  ବାନ୍ଧିଛନ୍ତି । ଐତିହ୍ୟସମ୍ପନ୍ନ ଏହି ଗଛ ଉପରେ  ଏବେ ବିକାଶର ଲୋଲୁପ ଦୃଷ୍ଟି ପଡ଼ିଛି ।  ଷ୍ଟେସନର ସମ୍ପ୍ରସାରଣ ନାଁରେ ଏହି ଗଛ  କାଟିବାକୁ ଉଦ୍ୟମ ଚାଲିଛି । ଯାହାକୁ ନେଇ  ସ୍ଥାନୀୟ ଲୋକ ଓ ପରିବେଶବିତ୍‌ ଉଦ୍‌ବେଗ  ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଐତିହ୍ୟ ଓ ଲୋକକଥା  ସହିତ ଏହି ବରଗଛଟି ବେଶ୍‌ ଜଡ଼ିତ ।  ପୋଖରୀପୁଟର ନନ୍ଦୀ ନାମକ ଜଣେ  ବ୍ୟକ୍ତି ଏହି ବରଗଛ ଲଗାଇଥିଲେ ବୋଲି  ଲୋକକଥା ରହିଛି । ଏହି ବରଗଛ  କେତେ ଉତ୍ଥାନ ପତନ ଦେଖିଛି । କେତେ  ପଥଚାରୀ ଏହି ବୃକ୍ଷ ଛାଇରେ ପଥ କଷ୍ଟ  ନିବାରଣ କରିଆସିଛନ୍ତି । ଏହି ଗଛପ୍ରତି  ସ୍ଥାନୀୟ ଲୋକଙ୍କ ଆଦରକୁ ସମ୍ମାନ ଜଣାଇ  ରେଳଲାଇନ୍‌ ନିର୍ମାଣ ବେଳେ ଅର୍ଥାତ୍‌  ଆଜକୁ ପ୍ରାୟ ୧୫୦ ବର୍ଷ ତଳେ ଇଂରେଜ  ମାନେ ଏଥିରେ ହାତ ଦେଇ ନଥିଲେ । ବରଂ  ପଥଚାରୀଙ୍କ ତୃଷା ନିବାରଣ ଲାଗି ଗଛ  ମୂଳେ ଏକ ସୁନ୍ଦର କୂଅ ନିର୍ମାଣ କରଥିଲେ ।  ଯାହାକି ଏବେ ମଧ୍ୟ ଅକ୍ଷତ ରହିଛି । ଖାଲି  ସେତିକି ନୁହେଁ, ଅସଂଖ୍ୟ ପକ୍ଷୀ ଗଛରେ  ବସାବାନ୍ଧି ରହି ଆସୁଛନ୍ତି । ସକାଳୁ ସନ୍ଧ୍ୟା  କିଚିରିମିଚିରି ଶବ୍ଦରେ ଫାଟି ପଡୁଥିଲା ।  ହେଲେ ୨ଦିନ ହେବ ଗଛ କାଟିବାର କୁରାଢ଼ି  ମାଡ଼ରେ ସେମାନେ ନିରବି ଯାଇଛନ୍ତି ।  କଣ ହେବ ସେମାନଙ୍କ ଭାଗ୍ୟ ବୋଲି  ପରିବେଶବିତମାନେ ପ୍ରଶ୍ନ କରିଛନ୍ତି ।  

ଅମୃତ ଭାରତ ଯୋଜନାରେ ଲିଙ୍ଗରାଜ  ଷ୍ଟେସନର ଉନ୍ନତୀକରଣ କରାଯିବ ।  ପାଚେରି ନିର୍ମାଣ ପାଇଁ ନନ୍ଦୀ ବରଗଛକୁ  କାଟିଦେବେ । ବର୍ତ୍ତମାନ ଏହାର ଡାଳକୁ  କାଟି ଦିଆଯାଇଥିବା ବେଳେ ଗଣ୍ଡି କାଟିବାକୁ  ଚୂନ ଦାଗ ଦିଆଯାଇଛି । ପ୍ରାୟ ୪୦ ପ୍ରତିଶତ  କଟା ସରିଲାଣି । ମହାବାତ୍ୟାରୁ ଆରମ୍ଭ କରି  ଫାଇଲିନ, ହୁଡହୁଡ ଫନି ଭଳି ବାତ୍ୟାକୁ  ସହି ସହରବାସୀଙ୍କୁ ଏହା ସଞ୍ଜିବନୀ ଯୋଗାଇ  ଆସୁଛି । ହେଲେ ଏହି ବୁଢ଼ା ବରଗଛ ଉପରେ  ଏବେ ରେଳ ବିଭାଗର ଲୋଲୁପ ଦୃଷ୍ଟି  ପଡିଛି । ଏହା ଗଛକାଟିବା ଦ୍ୱାରା ଐତହ୍ୟ  ଲୋପ ପାଇବ । ସକାଳୁ ଏହି ଗଛ ଛାଇରେ  ମଣିଷ ହାଟ ବସୁଛି । ଲୋକେ ଜୀବିକା  ଖୋଜଛନ୍ତି । କ୍ଷୁଦ୍ର ଦୋକାନ, ଅଟୋ ଷ୍ଟାଣ୍ଡ  ମଧ୍ୟ ରହିଛି । 

 ଏହି ଗଛକଟାକୁ ଐତିହାସିକ ଅନୀଲ ଧୀର ବିରୋଧ କରି କହିଛନ୍ତି, ଏତେ ବଡ଼  ଗଛ ନ କାଟି ମଧ୍ୟ ଷ୍ଟେସନର ବିକାଶ  କରାଯାଇ ପାରିବ । ହେଲେ ଏହାକୁ ସଠିକ୍‌  ଭାବେ ବିଭାଗୀୟ ଯନ୍ତ୍ରୀ ଅନୁଧ୍ୟାନ କରିନାହାନ୍ତି ।  ଇକୋ ଫ୍ରେଣ୍ଡଲି ଷ୍ଟେସନ ଲେଖି ଗଛ କାଟିବା  ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଏହାକୁ ନ କାଟିବାକୁ  ସେ ପରାମର୍ଶ ଦେଇଛନ୍ତି । ଏ ସମ୍ପର୍କରେ ସେ  ରେଳ ବିଭାଗକୁ ଚିଠି ଲେଖିଛନ୍ତି । ସେହିପରି  ପରିବେଶବିତ୍‌ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି,  ୨୦୨୧ରେ ମହାରାଷ୍ଟ୍ର ସରକାର ପୁରୁଣା ଗଛ  ରଖିବାକୁ ଆଗେଇ ଆସିଥିଲେ । ଇତିହାସର  ସାକ୍ଷୀ ଭାବେ ଥିବା ଗଛକୁ ନ କାଟିବାକୁ ନିଷ୍ପତ୍ତି  ନେଇଥିଲେ । ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ  କରାଯାଉ ବୋଲି ସେ ଦାବି କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.