ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ନୀତିକାନ୍ତିରେ ହେବନି ବିଭ୍ରାଟ

Published By : Prameya | February 16, 2025 9:47 AM

ଭୁବନେଶ୍ୱର, ୧୬/୦୨: ମକର ସଂକ୍ରାନ୍ତିରେ ପ୍ରଭୁ ଶ୍ରୀଲିଙ୍ଗରାଜ  ଉପାସ ରହିବା ପ୍ରସଙ୍ଗ ବିଧାନସଭାରେ ଉଠିଛି । ବଡୁ ନିଯୋଗ ଏବଂ ବ୍ରାହ୍ମଣ  ନିଯୋଗଙ୍କ ମଧ୍ୟରେ ମତ ପାର୍ଥକ୍ୟ  ଓ ବିବାଦ ଉପୁଜିବା ହେତୁ ପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା  ନୀତି ହୋଇ ପାରିନଥିଲା । ଏହି  ଘଟଣାକୁ ଶନିବାର ବିଧାନସଭାରେ ମାନିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । 

ମନ୍ତ୍ରୀ ଶ୍ରୀ ହରିଚନ୍ଦନ  ଜଣାଇଥିଲେ,ପ୍ରଶାସନ ତରଫରୁ  ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ  ଏବଂ ସହକାରୀ ଦେବାତ୍ତର କମିଶନର  ପ୍ରମୁଖ ତିନି ନିଯୋଗ କର୍ମକର୍ତ୍ତାଙ୍କ  ସହିତ ଆଲୋଚନା କରିବା ସତ୍ତେ୍ୱ  ପ୍ରଭୁଙ୍କ ନବାଙ୍କ ବେଢା ନୀତି ସହ  ସଂକ୍ରାନ୍ତି ନୀତି ବି ହୋଇ ପାରିନଥିଲା । ୧୫ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ  ଡକାଯାଇ ନୀତି ବନ୍ଦ କରାଯାଇଥିବା  ୩ ସେବାୟତଙ୍କ ବିରୋଧରେ କାରଣ  ଦର୍ଶାଅ ନୋଟିସ ଜାରି କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ  ସ୍ୱତନ୍ତ୍ର ଆଇନ ପ୍ରଣୟନ ନିମନ୍ତେ  ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଛି  ବୋଲି ବିଧାନସଭାରେ ଭୁବନେଶ୍ୱର  ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି  ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.