ଭୁବନେଶ୍ୱର, ୧୬/୦୨: ମକର ସଂକ୍ରାନ୍ତିରେ ପ୍ରଭୁ ଶ୍ରୀଲିଙ୍ଗରାଜ  ଉପାସ ରହିବା ପ୍ରସଙ୍ଗ ବିଧାନସଭାରେ ଉଠିଛି । ବଡୁ ନିଯୋଗ ଏବଂ ବ୍ରାହ୍ମଣ  ନିଯୋଗଙ୍କ ମଧ୍ୟରେ ମତ ପାର୍ଥକ୍ୟ  ଓ ବିବାଦ ଉପୁଜିବା ହେତୁ ପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ନବାଙ୍କ ବେଢା  ନୀତି ହୋଇ ପାରିନଥିଲା । ଏହି  ଘଟଣାକୁ ଶନିବାର ବିଧାନସଭାରେ ମାନିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । 

ମନ୍ତ୍ରୀ ଶ୍ରୀ ହରିଚନ୍ଦନ  ଜଣାଇଥିଲେ,ପ୍ରଶାସନ ତରଫରୁ  ମନ୍ଦିର କାର୍ଯ୍ୟନିବାହୀ ଅଧିକାରୀ  ଏବଂ ସହକାରୀ ଦେବାତ୍ତର କମିଶନର  ପ୍ରମୁଖ ତିନି ନିଯୋଗ କର୍ମକର୍ତ୍ତାଙ୍କ  ସହିତ ଆଲୋଚନା କରିବା ସତ୍ତେ୍ୱ  ପ୍ରଭୁଙ୍କ ନବାଙ୍କ ବେଢା ନୀତି ସହ  ସଂକ୍ରାନ୍ତି ନୀତି ବି ହୋଇ ପାରିନଥିଲା । ୧୫ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ  ଡକାଯାଇ ନୀତି ବନ୍ଦ କରାଯାଇଥିବା  ୩ ସେବାୟତଙ୍କ ବିରୋଧରେ କାରଣ  ଦର୍ଶାଅ ନୋଟିସ ଜାରି କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ  ସ୍ୱତନ୍ତ୍ର ଆଇନ ପ୍ରଣୟନ ନିମନ୍ତେ  ସରକାରୀ ସ୍ତରରେ ପ୍ରକ୍ରିୟା ଜାରି ରହିଛି  ବୋଲି ବିଧାନସଭାରେ ଭୁବନେଶ୍ୱର  ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି  ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ।