ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଅକ୍ଟୋବରରେ ମେସିଙ୍କ ନେତୃତ୍ୱରେ ଭାରତ ଆସିବ ଆର୍ଜେଣ୍ଟିନା, ଖେଳିବେ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍

Published By : Prameya | March 27, 2025 2:16 PM

ନୂଆଦିଲ୍ଲୀ,୨୭/୦୩: ଭାରତୀୟ ଫୁଟବଲ  ପ୍ରଶଂସକଙ୍କ ପାଇଁ ଖୁସିର ଖବର! ବିଶ୍ୱ ଚାମ୍ପିଅନ  ଆର୍ଜେଣ୍ଟିନା ଦଳ ଆସନ୍ତା ଅକ୍ଟୋବର ମାସରେ ଭାରତ  ଗସ୍ତରେ ଆସିବ । କିମ୍ବଦନ୍ତୀ ଫୁଟବଲ ତାରକା  ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଭାରତୀୟ  ଦଳ ସହ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌  ଖେଳିବ । ଏ ବିଷୟ ବୁଧବାର ଆର୍ଜେଣ୍ଟିନା ଫୁଟବଲ ସଂଘ  (ଏଏଫ୍‌ଏ) ପକ୍ଷରୁ ଘୋଷଣା କରାଯାଇଛି ।  

ଏ ଖବର ଫୁଟବଲପ୍ରେମୀଙ୍କୁ ଉତ୍ସାହିତ କରିଛି ।  ଷ୍ଟାଡିୟମରେ ବସି ମେସିଙ୍କ ଖେଳ ଦେଖିବାର ସୁଯୋଗ ସେମାନଙ୍କୁ ମିଳିବ । ଗତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା  ଚାମ୍ପିଅନ ହୋଇଥିଲା । ବ୍ରାଜିଲକୁ ୪-୧ ଗୋଲରେ  ପରାଜିତ କରି ଦଳ ୨୦୨୬ ବିଶ୍ୱକପ୍‌କୁ ଯୋଗ୍ୟତା  ହାସଲ କରିଛି । ଏହାପରେ ଏଏଫ୍‌ଏ ପକ୍ଷରୁ ଭାରତ ଗସ୍ତ ବିଷୟ ଘୋଷଣା କରାଯାଇଥିଲା । 

ଆର୍ଜେଣ୍ଟିନା ଦଳ ସାରା ବିଶ୍ୱରେ ତାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ  ଲକ୍ଷ୍ୟ ରଖିଛି । ଭାରତ ଗସ୍ତ ମଧ୍ୟ ଏହି କାର୍ଯ୍ୟକ୍ରମରେ  ଅନ୍ତର୍ଭୁକ୍ତ । ଦଳ ସିଙ୍ଗାପୁରରେ ମଧ୍ୟ ଏକ ମ୍ୟାଚ୍‌  ଖେଳିବ । ଏଏଫ୍‌ଏ ସଭାପତି କ୍ଲାଉଡିଓ ଫାବିଆନ  ତାପିଆ କହିଛନ୍ତି, ‘ବିଶ୍ୱର ବିଭିନ୍ନ ଦେଶରେ ଆମ  ଦଳର ଉପସ୍ଥିତି ସହ ସେହିସବୁ ଦଳ ପାଇଁ ଆମେ  ନୂଆ ସୁଯୋଗ ଆଣି ଦେବାକୁ ଚାହୁଁ । ୨୦୨୫ ଓ ୨୦୨୬ରେ ଏହିସବୁ କାର୍ଯ୍ୟକ୍ରମ ଆୟୋଜନ କରିବୁ ।  ତେଣୁ ପ୍ରଥମ ପର୍ଯ୍ୟାୟରେ ଭାରତ ଓ ସିଙ୍ଗାପୁର  ଗସ୍ତରେ ଯିବୁ ।’ 

ଏଏଫ୍‌ଏର ମାର୍କେଟିଂ ଅଫିସର  ଲିଆଣ୍ଡ୍ରୋ ପିଟରସନ କହିଛନ୍ତି, ‘ ସାରା ବିଶ୍ୱରେ  ପହଞ୍ଚିବା ପାଇଁ ଏହା ଏଏଫ୍‌ଏର ଏକ ନୂଆ ପ୍ରୟାସ ।  ୨୦୨୧ରୁ ଆମେ ଭାରତ ସହ ଜଡ଼ିତ ଏବଂ ତୃଣମୂଳ  ସ୍ତରର ଫୁଟବଲ ସହ ଅତି ନିବିଡ଼ ଭାବେ ଜଡ଼ିତ ।  ଆମର ଲକ୍ଷ୍ୟ ହେଉଛି, ଏହି ସଂପର୍କକୁ ଆହୁରି ଦୃଢ଼ କରିବା ଏବଂ ଆର୍ଜେଣ୍ଟିନା ଫୁଟବଲ ସହ ପ୍ରଶଂସକଙ୍କୁ  ଯୋଡ଼ିବା ।’ 

ଶେଷ ଥର ମେସି ୨୦୧୧ରେ ଭାରତ ଗସ୍ତରେ ଆସିଥିଲେ । ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ ଭେନେଜୁଏଲା ବିପକ୍ଷରେ ଖେଳିଥିଲେ । ଏହି  ମ୍ୟାଚ୍‌ କୋଲକାତାର ସଲ୍ଟ ଲେକରେ ଖେଳାଯାଇଥିଲା ।  ଆସନ୍ତା ଅକ୍ଟୋବର କେଉଁ ତାରିଖରେ ଭାରତ- ଆର୍ଜେଣ୍ଟିନା ମ୍ୟାଚ୍‌ କେଉଁ ସହରରେ ଖେଳାଯିବ ସେ  ସଂପର୍କରେ କିଛି ଘୋଷଣା ହୋଇ ନାହିଁ । ଏଏଫ୍‌ଏ  ଏବଂ ସର୍ବଭାରତୀୟ ଫୁଟବଲ ସଂଘ ମଧ୍ୟରେ ଏ  ବିଷୟରେ ଆଲୋଚନା ପରେ ଭେନ୍ୟୁ ଓ ତାରିଖ  ଘୋଷଣା ହେବ ବୋଲି ଜଣା ପଡ଼ିଛି । 

ବିଶ୍ୱକପ୍‌କୁ ଆର୍ଜେଣ୍ଟିନାର ଯୋଗ୍ୟତା ବୁଏନ୍ସ ଏୟାରିସ: ଆଗାମୀ ୨୦୨୬ ଫିଫା ବିଶ୍ୱକପ୍‌କୁ  ସପ୍ତମ ଦଳ ଭାବେ ଆର୍ଜେଣ୍ଟିନା ଯୋଗ୍ୟତା ଅର୍ଜନ  କରିଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ଆଜି ଅନୁଷ୍ଠିତ  ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ବ୍ରାଜିଲ୍‌କୁ  ୪-୧ ଗୋଲ୍‌ରେ ହରାଇଥିଲା । ଅବଶ୍ୟ ଏହି ବିଜୟ ପୂର୍ବରୁ ଆର୍ଜେଣ୍ଟିନା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ  କରିସାରିଥିଲା । ବଲିଭିଆ ଓ ଉରୁଗୁଏ ମଧ୍ୟରେ  ଅନୁଷ୍ଠିତ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଡ୍ର’ ରହିବାରୁ  ଆର୍ଜେଣ୍ଟିନାର ଯୋଗ୍ୟତା ନିଶ୍ଚିତ ହୋଇସାରିଥିଲା । 

ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର  ଆଧିପତ୍ୟ ଜାରି ରହିଥିଲା । ଚତୁର୍ଥ ମିନିଟ୍‌ରେ ଜୁଲିଆନ ଆଲଭାରେଜଙ୍କ ଗୋଲ୍‌ ବଳରେ ଦଳ ଖାତା ଖୋଲିଥିଲା । ୧୨ତମ ମିନିଟ୍‌ରେ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍‌ କରିଥିଲେ  ଏଞ୍ଜୋ ଫର୍ଣ୍ଣାଣ୍ଡେଜ । ୨୬ତମ ମିନିଟ୍‌ରେ ବ୍ରାଜିଲ ଏକ  ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲା ।  ଦଳ ପକ୍ଷରୁ ମାଥ୍ୟୁସ କୁହ୍ନା ଏହି ଗୋଲ୍‌ କରିଥିଲେ ।  ଏହାପରେ ଆର୍ଜେଣ୍ଟିନା ପକ୍ଷରୁ ୩୭ତମ ମିନିଟ୍‌ରେ  ଆଲେକ୍ସିସ ମାକ ଆଲିଷ୍ଟର ଓ ୭୧ତମ ମିନିଟ୍‌ରେ  ଗ୍ୟୁଲିଆନୋ ସିମୋନ ଅନ୍ୟ ୨ଟି ଗୋଲ ଦେଇଥିଲେ । 

୧୪ରାଉଣ୍ଡ ଶେଷ ସୁଦ୍ଧା ଆର୍ଜେଣ୍ଟିନା ୧୦ ବିଜୟ  ଓ ୧ ଡ୍ର’ ସହ ମୋଟ୍‌ ୩୧ ପଏଣ୍ଟ ହାସଲ କରି  ଶୀର୍ଷ ସ୍ଥାନ ବଜାୟ ରଖିବା ସହ ଦକ୍ଷିଣ ଆମେରିକା  ଫୁଟବଲ୍‌ ସଙ୍ଘ (କନମେବଲ୍‌) ଅଧିନସ୍ଥ ପ୍ରଥମ  ଦଳ ଭାବେ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିଛି ।  କନମେବଲ୍‌ରୁ ୬ଟି ଦଳ ବିଶ୍ୱକପ୍‌କୁ ଯୋଗ୍ୟତା  ଅର୍ଜନ କରିବେ । ୧୪ ରାଉଣ୍ଡ ଶେଷ ସୁଦ୍ଧା ଇକ୍ୱେଡର  ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଉରୁଗୁଏ ତୃତୀୟ,  ବ୍ରାଜିଲ ଚତୁର୍ଥ, ପାରାଗୁଏ ପଞ୍ଚମ ଓ କଲମ୍ବିଆ  ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ରାଉଣ୍ଡର ଅନ୍ୟ  ମ୍ୟାଚ ଗୁଡ଼ିକରେ ଯଥାକ୍ରମେ ଭେନେଜୁଏଲା ୧-୦ ଗୋଲ୍‌ରେ ପେରୁକୁ ପରାସ୍ତ କରିଥିଲା । ବଲିଭିଆ-ଉରୁଗୁଏ ଓ ଚିଲି-ଇକ୍ୱେଡର ମ୍ୟାଚ୍‌ ଗୋଲ୍‌  ଶୂନ୍ୟ ରହିଥିଲା । କଲମ୍ବିଆ ଓ ପାରାଗୁଏ ମଧ୍ୟରେ  ଅନୁଷ୍ଠିତ ମ୍ୟାଚ୍‌ ୨-୨ ଗୋଲ୍‌ରେ ଡ୍ର’ ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.