ବାରଙ୍ଗ,୨୬/୦୧: ନନ୍ଦନକାନନ  ପ୍ରାଣୀ ଉଦ୍ୟାନରେ ସିଂହୀ ‘ରେୱା’  ଶନିବାର ୩ଟି ଶାବକ ଜନ୍ମ ଦେଇଛି ।  ୭ବର୍ଷୀୟା ‘ରେୱା’ ଇତିମଧ୍ୟରେ ତୃତୀୟ ଥର ପାଇଁ ମା’ହୋଇଛି ।  ତେବେ ଚିନ୍ତାର ବିଷୟ ହେଉଛି  ୩ ଶ । ବ କ ଙ୍କ  ମଧ୍ୟରୁ ଗୋଟିଏ  ଶାବକର ମୃତ୍ୟୁ ହୋଇଥିବାବେଳେ  ଆଉ ୨ଟି ଶାବକଙ୍କୁ  ମା’ସିଂହୀ ଗ୍ରହଣ  କରିନାହିଁ । ତେଣୁ ଦୁଇ ଶାବକ (ଅଣ୍ଡିରା, ମାଈ)ଙ୍କୁ ମା’ଠାରୁ ଅଲଗା କରି   ଶିଶୁ ଲାଳନ ପାଳନ କେନ୍ଦ୍ରରେ  ରଖାଯାଇଛି । ଆଇସିୟୁରେ ସେମାନଙ୍କ ଚିକିତ୍ସା କରାଯାଉଛି ।  

ପ୍ରାଣୀ ଉଦ୍ୟାନରେ ଜନ୍ମିତ ସିଂହ ‘ଜିତ୍‌’ ସହିତ କମଳା ନେହେରୁ  ପ୍ରାଣୀ ସଂଗ୍ରହାଳୟରୁ ଆସିଥିବା ସିଂହୀ  ‘ରେୱା’ର ପ୍ରାୟ ୧୦୭ ଦିନ ତଳେ  ମିଳନ ହୋଇଥିଲା । ଫଳରେ ‘ରେୱା’  ଗର୍ଭବତୀ ହୋଇଥିଲା । ଶନିବାର  ସକାଳ ୯.୩୩ରେ ପ୍ରଥମେ ‘ରେୱା’ ଏକ ମୃତ ଶାବକ ଜନ୍ମ ଦେଇଥିଲା । ଆଉ ଶାବକ ଜନ୍ମ ଦେବାରେ ବିଳମ୍ବ ହେବାରୁ ପ୍ରାଣୀ ଚିକିତ୍ସକଙ୍କ ଚିକିତ୍ସା ପରେ ଅପରାହ୍ଣ ୩.୫୮  ଏବଂ ୫.୫୬ରେ ଦୁଇଟି ଶାବକ  ଜନ୍ମ ଦେଇଥିଲା । ଆଜିର ଜନ୍ମିତ ଶାବକଙ୍କୁ ମିଶାଇ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।