ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରିଆମାଳରୁ ବିଦେଶୀ ମଦ କାରଖାନା ଠାବ : ୧୦୫ ଲିଟର ମଦ ଜବତ, ୩ ଗିରଫ

Published By : Rasmita Pradhan | December 3, 2024 1:45 PM

ରିଆମାଳ, ୦୩/୧୨ : ଦେବଗଡ଼ ଜିଲ୍ଲା ରିଆମାଳ ଥାନା ନାଉଲିପଡା ପଞ୍ଚାୟତ ବାଲିଜୁରୀରେ ବିଦେଶୀ ମଦ କାରଖାନା ଠାବ। ୧୦୫ ଲିଟର ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କଲା ରିଆମାଳ ପୋଲିସ। 

ସୂଚନାନୁଯାୟୀ, ରିଆମାଳ ଥାନା ନାଉଲିପଡା ପଞ୍ଚାୟତ ବାଲିଜୁରୀରେ ବିଦେଶୀ ମଦ କାରଖାନା ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା। ସୋମବାର ରିଆମାଳ ପୋଲିସ ବାଲିଜୁରୀର ଶ୍ରୀଧର ପ୍ରଧାନଙ୍କ ଘରେ ଚଢାଉ କରି ୧୦୫ ଲିଟର ନକଲି ମଦ ଏବଂ ଏକ ଗାଡି ଜବତ କରିଥିଲା। ଏହା ସହ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶ୍ରୀଧର ପ୍ରଧାନ, ଭିତରପଦ ଗ୍ରାମର ପ୍ରଶାନ୍ତ ସୁନା (୪୪ ବର୍ଷ) ଏବଂ ଗାଡି ଡ୍ରାଇଭର ଫୁଲସରନାଲି ଗ୍ରାମର ତପନ ସାହୁ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ରାଉରକେଲାରୁ ସ୍ପିରିଟ୍ ଏବଂ ବିଭିନ୍ନ ସ୍ଥାନରୁ ଖୋଲା ମଦ ବୋତଲ ଆଣି ବାଲିଜୁରୀରେ ମଦ ତିଆରି କରି ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.