ଉଦଳା, ୧୬/୦୬ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଗ୍ରାମରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁଯାୟୀ, ନୁଦଡିହା ଗ୍ରାମରେ ବିପୁଳ ପରିମାଣର ବିଦେଶୀ ମଦ ବେଆଇନ ଭାବେ ଗଛିତ ରଖି ବିକ୍ରି ହେଉଥିବା ଜାଣି କପ୍ତିପଦା ପୁଲିସ ରବିବାର ରାତିରେ ଚଢ଼ାଉ କରିଥିଲା। ଚଢାଉ ବେଳେ ପ୍ରାୟ ୪ ଶହ ଲିଟରରୁ ଅଧିକ ମଦ ଜବତ ହୋଇଥିଲା। ଏହି ସମୟରେ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ ଫେରାର୍ ହୋଇଯାଇଛନ୍ତି। ଗିରଫ ମଦ ବେପାରୀ ହେଲେ ନୁଦଡିହା ଗ୍ରାମର ରମାକାନ୍ତ ମହାନ୍ତି।