ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନମ୍ବର ନଥାଇ ହେଉଛି ଲୋଡିଂ, ବଢ଼ୁଛି ଟ୍ରକ୍‌ ମାଲିକଙ୍କ ଅସନ୍ତୋଷ

Published By : Harapriya Sethi | March 30, 2025 7:12 AM

ପାରାଦୀପ,୨୯ା୩(ଆପ୍ର): ପାରାଦୀପରେ ମୁଖ୍ୟ ବ୍ୟବସାୟ ହେଉଛି ଟ୍ରକ୍‌ରେ ପଣ୍ୟ କାରବାର । ଏହି ବ୍ୟବସାୟ ଉପରେ ସ୍ଥାନୀୟ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଟ୍ରକ ମାଲିକ ଓ ସେମାନଙ୍କ ପରିବାର ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ଏଥିରେ ସମସ୍ତ ମାଲିକଙ୍କୁ ସମାନ ଭାବରେ ଲୋଡିଂ ଦିଆଯାଉ ନଥିବାରୁ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମିଳିଥିବା ସୂଚନା ଅନୁସାରେ ପାରାଦୀପରୁ ଆମାନିଆ ଲୋଡିଂ ହୋଇ ଭାରତର ବିଭିନ୍ନ ସ୍ଥାନ ବମ୍ବେ, ଗୁଜୁରାଟ, ଗୋଆ, ବିଶାଖାପାଟଣା, କୋଲ୍‌କାତା ଆଦି ସ୍ଥାନକୁ ଯାଇଥାଏ । ଟ୍ରାନ୍ସପୋର୍ଟ ଓ ଟ୍ରକ୍‌ ମାଲିକ ସଂଘ ମିଳିତ ସହଯୋଗରେ ପଣ୍ୟ ପରିବହନ ହୋଇଥାଏ । କିନ୍ତୁ ଏବେ ଏହି ପଣ୍ୟ ପରିବହନ କାରବାରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବାଲି କିଛି ଟ୍ରକ ମାଲିକମାନେ ଅଭିଯୋଗ କରିଛନ୍ତି । ଯେଉଁଠାରେ ଶହଶହ ଟ୍ରକ ମାଲିକ ମାନେ ଭୋକ ଉପାସରେ ଜୀବନ ବିତାଉଥିବା ବେଳେ ଏଭଳି କିଛି ଅସାଧୁ ଟ୍ରକ ମାଲିକ ମାନେ ଚଞ୍ଚକତା କରି ଅନିୟମିତତା ଉପାୟରେ ଅର୍ଥ ଉପାର୍ଜନ କରୁଛନ୍ତି । ଗତ ୨୩ରେ ଗାଡ଼ି ନମ୍ବର (ଓଡି ୦୫ ଏଏ ୩୧୩୬) ଏବଂ (ଓଡି ୦୪ ଆର ୪୨୨୮) ଲୋଡିଂ ପାଇଁ ଚାଲାଣ କଟାଯାଇଛି । କିନ୍ତୁ ଏହି ଦୁଇଟି ଗାଡ଼ି ଆସୋସିଏସନ୍‌ର ରିକ୍ୱେସନ ତାଲିକାରେ ନାମ ନ ଥିବା ବେଳେ ଆସୋସିଏସନ୍‌ର ଲୋଡିଂ ସ୍ଲିପ୍‌ କେମିତି ପାଇଲେ ବା କିଏ ଦେଲା ତାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । 

ଗତ ୨୭ ତାରିଖ ଦିନ କିଛି ମାଲିକ ଏହି ଦୁଇଟି ଗାଡ଼ିକୁ ସନ୍ଦେହ କରି ପାରାଦୀପର ଉଦୟବିହାରଠାରେ ଅଟକାଇ ଲୋଡିଂ ଗାଡ଼ିର ଚାଲାଣ ସ୍ଲିପ୍‌ ଯାଞ୍ଚ କରିଥିଲେ । ଏ ନେଇ କିଛି ସମୟ ଗାଡି ମାଲିକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଅସନ୍ତୋଷ ଟ୍ରକ ମାଲିକ ମାନେ ଏ ନେଇ ଜଗନ୍ନାଥ ଟ୍ରକ ମାଲିକ ସଂଘକୁ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଗାଡ଼ି ମାଲିକ ପ୍ରହଲ୍ଲାଦ ଜେନା କହିଛନ୍ତି ଏଭଳି ଅନିୟମିତତାକୁ ଘୋର ନିନ୍ଦା କରିବା ସହ ଏହା ପ୍ରତି ତୁରନ୍ତ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ନେବାକୁ ଶ୍ରୀ ଜେନା କହିଛନ୍ତି । ଏସମ୍ପର୍କରେ ଜଗନ୍ନାଥ ଟ୍ରକ ମାଲିକ ସଂଘ ପୂର୍ବତନ କାର୍ଯ୍ୟକାରୀ ସଭାପତି ଗୌତମ ନାୟକ କହିଛନ୍ତି ସମସ୍ତ ଗାଡ଼ି ମାଲିକଙ୍କୁ ସମାନ ଭାବରେ ପଣ୍ୟ କାରବାର କରିବାର ସୁଯୋଗ ଦିଆଯାଉ । ଏଭଳି ଦୁର୍ନୀତି କରି ଟ୍ରିପ ପରେ ଟ୍ରିପ୍‌ ନେଉଥିବା ମାଲିକଙ୍କ ପ୍ରତି କଠୋର ଦଣ୍ଡ ବିଧାନ କହିବାକୁ ଶ୍ରୀ ନାୟକ ଦାବି କରିଛନ୍ତି । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘ ସଭାପତି ରାକେଶ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶନିବାର ୪ଟାରେ ଗାଡ଼ି ମାଲିକଙ୍କୁ ନିଲମ୍ବନ କରାଯାଇଛି ବୋଲି ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.