ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଅପରେସନ୍ ସିନ୍ଦୂର-ଏସ୍ଆଇଆରକୁ ନେଇ ବିରୋଧୀଙ୍କ ହଙ୍ଗାମା; ୨ଟା ଯାଏ ଲୋକସଭା ମୁଲତବୀ

Published By : Ankita S | July 21, 2025 11:42 AM

ନୂଆଦିଲ୍ଲୀ,୨୧/୦୭: ମୌସୁମୀ ଅଧିବେଶନ ଆରମ୍ଭରୁ ହୋ-ହାଲ୍ଲା ହୋଇଛି । ବିରୋଧୀଙ୍କ ନାରାବାଜିଲେ କମ୍ପିଛି ଗୃହ । ଅପରେସନ୍ ସିନ୍ଦୂର, ବିହାର ଏସ୍‌ଆଇଆରକୁ ନେଇ ଲୋକସଭାରେ ବିରୋଧୀ ନାରାବାଜି କରିଥିଲେ । ଫଳରେ ଅପରାହ୍ନ ୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ।

ଅଧିବେଶନ ଆରମ୍ଭରୁ ପ୍ରଥମେ ପହଲଗାମ ଓ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍‌ ପୀଡିତଙ୍କୁ ଉଭୟ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପରେ ବିରୋଧୀ ହୋ-ହାଲ୍ଲା କରିବା ଆରମ୍ଭ କରିଥିଲେ । ଶାସକ ଦଳ ବିରୋଧରେ ନାରାବାଜି ଦେଇଥିଲେ । ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହରେ ଶାନ୍ତି-ଶୃଙ୍ଖଳା ରକ୍ଷା କରିବାକୁ ସାଂସଦମାନଙ୍କୁ କହିଥିଲେ ବି କେହି କର୍ଣ୍ଣପାତ କରିନଥିଲେ । ବାଚସ୍ପତି କହିଥିଲେ, ଦେଶର ଜନତାଙ୍କ ଭାବନାକୁ ଧ୍ୟାନରେ ରଖି ଘଟିଥିବା ଘଟଣାରେ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାକୁ କହିଥିଲେ । ଯାହା ବି ବିଷୟ ଅଛି ନୋଟିସ୍‌ ଦିଅନ୍ତୁ । ପ୍ରଶ୍ନୋତ୍ତର ପରେ ଏହା ଉପରେ ଚର୍ଚ୍ଚା ହେବ । ପ୍ରଥମ ଦିନ ଅଧିବେଶନରେ ଭଲ, ବ୍ୟାପକ ଚର୍ଚ୍ଚା ହେଉ ।'' ବାଚସ୍ପତିଙ୍କୁ ଅନୁରୋଧ ପରେ ବି କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଅପରାହ୍ନ ୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୌସୁମୀ ଅଧିବେଶନକୁ ବିଜୟ ଉତ୍ସବ କହିବାକୁ ନେଇ କଂଗ୍ରେସ ଏମ୍‌ପି କେସି ବେଣୁଗୋପାଳ କହିଛନ୍ତି, ଆମ ଦାବି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେଉ । ଆମ ଦେଶ ପାଇଁ ଆମେ ଗର୍ବିତ । ପ୍ରଧାନମନ୍ତ୍ରୀ ନିଜେ ଆଜି ବିବୃତ୍ତି ରଖନ୍ତୁ ।

ବିରୋଧୀଙ୍କ ହୋ-ହାଲ୍ଲାକୁ ନେଇ ବିଜେପି ସାଂସଦ ପ୍ରବୀଣ କଣ୍ଡେୱାଲା କହିଛନ୍ତି, ବିରୋଧୀ ଜାଣିଶୁଣି ସଂସଦର ସାମ୍ନା କରିପାରୁ ନାହିଁ । ସରକାର ସ୍ପଷ୍ଟ କରିଛନ୍ତି ସବୁ ବିଷୟରେ ଚର୍ଚ୍ଚା ହେବ । ଯଦି ବିରୋଧୀ ଗୃହ ଚଲାଇବାକୁ ଦେବେ ତେବେ ସରକାର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ।''

ସେହିପରି ବିଜେପି ସାଂସଦ ଦିନେଶ ଶର୍ମା କହିଛନ୍ତି, ବିରୋଧୀଙ୍କ ପାଖରେ କିଛି ମୁଦ୍ଦା ନାହିଁ । ସେମାନେ ହତାଶ୍ । ଦେଶର ବିକାଶ ହୋଇଛି, ଲକ୍ଷ୍ନୌ ପୁଅ ମହାକାଶ ଯାଇଛନ୍ତି, ରାସ୍ତା, ହାଇୱେ ନିର୍ମାଣ ହୋଇଛି । ଏହି ଅଧିବେଶନକୁ ନିନ୍ଦନ ନୁହେଁ ଅଭିନନ୍ଦନର ଅଧିବେଶନ କରନ୍ତୁ । କଂଗ୍ରେସ ଓ ବିରୋଧୀ ଦଳ କେବେ କେବେ ଭାରତ ପକ୍ଷରେ ବୟାନ ଦିଅନ୍ତୁ । ଏହା ବାପୁଙ୍କ ଗାନ୍ଧୀ ଦଳ ନୁହେଁ ଶଶୀ ଥରୁରଙ୍କ ବୟାନ ପରେ ତାଙ୍କ ସହ ସମ୍ପର୍କ ଭାଙ୍ଗିବା ଦଳ । ''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.