ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ରୋଗୀଙ୍କ ଦେବଦୂତ ଲୋକନାଥ, ୫ ବର୍ଷରେ ୨୫ ଶହ ରୋଗୀଙ୍କୁ ନେଇଛନ୍ତି ଡାକ୍ତରଖାନା

Published By : Rasmita Pradhan | December 11, 2024 10:12 AM

କେନ୍ଦୁଝର, ୧୧/୧୨ : ଭୋକରେ ପେଟ ଜଳିଯାଉଛି, ହେଲେ ମାନବ ସେବାକୁ ବ୍ରତ କରିଛନ୍ତି ଉପାନ୍ତ ଅଞ୍ଚଳର ଲୋକନାଥ ମହାନ୍ତ । ଦୁର୍ଗମ ଅଞ୍ଚଳରେ ବାଇକ୍‌ ଆମ୍ବୁଲାନ୍ସ ସେବା ଯୋଗାଇ ଅନେକ ଲୋକଙ୍କ ଜୀବନକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଖରା, ବର୍ଷା, ଶୀତ, କାକର ସହିତ ବନ୍ୟପ୍ରାଣୀଙ୍କ ଭୟ ତାଙ୍କୁ ଅଟକାଇ ପାରିନାହିଁ । ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଆଣିବାକୁ ପଡୁଥିଲା । ସରକାର ଦୁର୍ଗମ ଅଞ୍ଚଳରେ ବାଇକ୍‌ ଆମ୍ବୁଲାନ୍ସ ସେବା ୨୦୧୯ରେ ଆରମ୍ଭ କରିବା ପରେ ଲୋକନାଥ ୨୪ ଘଣ୍ଟିଆ ସେବା ଯୋଗାଇ ନିଜର କର୍ତ୍ତବ୍ୟ ତୁଲାଇ ଚାଲିଛନ୍ତି । ମାସିକ ୫ ହଜାର ଟଙ୍କା ପାରିଶ୍ରମିକରେ କାମ ଆରମ୍ଭ କରିଥିବା ବେଳେ ଏବେ ତାଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏତିକି ରୋଜଗାରରେ ପରିବାର ଚଳାଇବା କଷ୍ଟକର ହେଉଥିଲେ ମଧ୍ୟ ମାନବସେବାକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି । 

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ରେବଣାପଳାସପାଳ, ବରେଇଗୋଡ଼ା ଓ ସୁନାପେଣ୍ଠ ପଞ୍ଚାୟତର ପାଖାପାଖି ୪୦ଟି ଗାଁକୁ ନିତିଦିନିଆ ରାସ୍ତା ନାହିଁ । ପୂର୍ବରୁ ଏସବୁ ସ୍ଥାନରୁ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ମୁଖ୍ୟରାସ୍ତାକୁ ଆଣିବା ପରେ ସେଠାରୁ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥାନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତରଫରୁ ୫ବର୍ଷ ପୂର୍ବେ ବାଇକ୍‌ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଏହି ବାଇକ୍‌ ଆମ୍ବୁଲାନସ୍‌ ସେବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି । ବାଇକ ଆମ୍ବୁଲାନ୍ସ ସେବା ଆରମ୍ଭ ପୂର୍ବରୁ ଲୋକନାଥ ଟ୍ରାକ୍ଟର ଚାଳକ କାମ କରୁଥିଲେ । ଅବସର ସମୟରେ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ଓ ଡାକ୍ତରଖାନାରେ ରହି ସହାୟତା କରିବା ତାଙ୍କର ମୁଖ୍ୟ କାମ ଥିଲା । ବିବାହ କରିନଥିବାରୁ ଅଳ୍ପ ରୋଜଗାରରେ ପରିବାର ଚଳି ଯାଉଥିଲା । ଦୁର୍ଗମ ଅଞ୍ଚଳରେ ବାଇକ୍‌ ସେବା ଆରମ୍ଭ ସମୟରେ ସ୍ଥାନୀୟ ଲୋକେ ଲୋକନାଥକୁ ସେହି ଗାଡ଼ି ଚଳାଇବାକୁ ଉତ୍ସାହିତ କରିଥିଲେ । ଅନେକ ପ୍ରତିଦ୍ୱନ୍ଦ୍ୱୀ ବାଇକ୍‌ ଆମ୍ବୁଲାନ୍ସର ଚାଳକ ହେବାକୁ ସାକ୍ଷାତକାରକୁ ଆସିଥିଲେ । ମାତ୍ର ମାସିକ ୫ ହଜାର ଟଙ୍କା ପାରିଶ୍ରମିକ ଶୁଣି ପ୍ରତିଦ୍ୱନ୍ଦ୍ୱୀମାନେ ସାକ୍ଷାତକାରରୁ ଓହରି ଯାଇଥିଲେ । ହେଲେ ଲୋକନାଥ ବାଇକ୍‌ ଆମ୍ବୁଲାନ୍ସ ଚାଳକ ହେବାକୁ ରାଜି ହୋଇଯାଇଥିଲେ । 

ସେବା ଆରମ୍ଭ ଦିନ ଠାରୁ ଏହି ଗାଡ଼ିକୁ ଚଳାଉଛନ୍ତି ଲୋକନାଥ ମହାନ୍ତ । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ସେ ଦୁର୍ଗମ ଅଞ୍ଚଳରେ ପହଞ୍ଚି ରୋଗୀସେବା ଯୋଗାଇଥାନ୍ତି । ଏହାକୁ ବୃତ୍ତି ନଭାବି ସେବା ମନୋବୃତ୍ତିରେ ସେ କାର୍ଯ୍ୟ କରି ଆସୁଥିବା କହିଛନ୍ତି । ଯାହା ସମଗ୍ର ଜିଲ୍ଲା ପାଇଁ ସୃଷ୍ଟି କରିଛି ଅନନ୍ୟ ଉଦାହରଣ । ଇତିମଧ୍ୟରେ ୨୫ଶହ ରୋଗୀଙ୍କୁ ମା’ଗୃହ ଠାରୁ ଆରମ୍ଭ କରି ଡାକ୍ତରଖାନା ପହଞ୍ଚାଇ ଜୀବନ ରକ୍ଷା କରିଛନ୍ତି । ଟ୍ରାକ୍ଟର ଚାଳକ ଭାବେ ଅଧିକ ରୋଜଗାର କରୁଥିଲେ ମଧ୍ୟ ରୋଗୀସେବା ନିଶାକୁ ଅତୁଟ ରଖିବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଘରେ ବିଧବା ବୃଦ୍ଧା ମା’, ପତ୍ନୀ ଓ ୨ କନ୍ୟା ସନ୍ତାନର ବୋଝ ଲୋକନାଥଙ୍କ ମୁଣ୍ଡରେ ରହିଛି । ୫ ପ୍ରାଣୀଙ୍କ ପାଇଁ ମାସିକ ୫ ହଜାର ଟଙ୍କାରେ ପରିବାର ଚଳାଇବା କଷ୍ଟକର ହେତୁ ନିକଟରେ ଦରମା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ମହଙ୍ଗା ଯୁଗରେ ସୀମିତ ରୋଜଗାରରେ ଭଲରେ ଚଳିବା ସମ୍ଭବ ହେଉନଥିଲେ ମଧ୍ୟ ମାନବସେବା ପାଇଁ ବ୍ରତୀ ଥିବା ଲୋକନାଥ ନିଜର ବୃତ୍ତି ବଦଳାଇବାକୁ ଚିନ୍ତା ମଧ୍ୟ କରୁନଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.