ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | March 3, 2025 12:08 PM

ଭୁବନେଶ୍ୱର,୦୩/୦୩: ମାଆ ତାରିଣୀଙ୍କ ଦାନ ବାକ୍ସରୁ ଲୁଟ୍‌ । ରାତି ଅଧରେ ହୁଣ୍ଡି କାଟି ସମସ୍ତ ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମାଆ ତାରିଣୀ ମନ୍ଦିରରୁ ଏହି ଲୁଟ୍‌ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଚଦନ୍ତ ଚଳାଇଛି । 

ସୂଚନା ମୁତାବକ, ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମା ତାରିଣୀ ମନ୍ଦିରରୁ ଲୁଟ୍‌ ହୋଇଛି । ରବିବାର ମାଆଙ୍କ ସନ୍ଧ୍ୟା ଆଳତୀ ସରିବା ପରେ ମନ୍ଦିରରେ ତାଲା ପକାଇ ପୂଜାରୀ ଘରକୁ ପଳାଇଥିଲେ । ଏହାର ସୁଯୋଗ ନେଇ ରାତି ଅଧରେ କିଛି ଦୁର୍ବୃତ୍ତ ମନ୍ଦିରରେ ପଶିଥିଲେ । ମାଆଙ୍କ ଦାନ ବାକ୍ସକୁ ଏକ କଟର୍‌ ସାହାଯ୍ୟରେ କାଟି ସମସ୍ତ ଦାନ ଟଙ୍କା ଲୁଟି ନେଇଥିଲେ । ଏହାର ପହଦିନ ଅର୍ଥାତ ସୋମବାର ସକାଳେ ପୂଜାରୀ ପୂଜା କରିବା ପାଇଁ ମନ୍ଦିରକୁ ଆସିଥିଲ । ମନ୍ଦିରକୁ ଆସି ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଦେଖି ମନ୍ଦିରର ଅନ୍ୟ ପୂଜାରୀମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.