ଭୁବନେଶ୍ୱର,୦୩/୦୩: ମାଆ ତାରିଣୀଙ୍କ ଦାନ ବାକ୍ସରୁ ଲୁଟ୍‌ । ରାତି ଅଧରେ ହୁଣ୍ଡି କାଟି ସମସ୍ତ ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମାଆ ତାରିଣୀ ମନ୍ଦିରରୁ ଏହି ଲୁଟ୍‌ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଚଦନ୍ତ ଚଳାଇଛି । 

ସୂଚନା ମୁତାବକ, ଡେଲାଙ୍ଗ ଓ କଣାସ ମୁଖ୍ୟ ରାସ୍ତାରେ ଥିବା ବଡ଼ ଆଙ୍କୁଲା ମା ତାରିଣୀ ମନ୍ଦିରରୁ ଲୁଟ୍‌ ହୋଇଛି । ରବିବାର ମାଆଙ୍କ ସନ୍ଧ୍ୟା ଆଳତୀ ସରିବା ପରେ ମନ୍ଦିରରେ ତାଲା ପକାଇ ପୂଜାରୀ ଘରକୁ ପଳାଇଥିଲେ । ଏହାର ସୁଯୋଗ ନେଇ ରାତି ଅଧରେ କିଛି ଦୁର୍ବୃତ୍ତ ମନ୍ଦିରରେ ପଶିଥିଲେ । ମାଆଙ୍କ ଦାନ ବାକ୍ସକୁ ଏକ କଟର୍‌ ସାହାଯ୍ୟରେ କାଟି ସମସ୍ତ ଦାନ ଟଙ୍କା ଲୁଟି ନେଇଥିଲେ । ଏହାର ପହଦିନ ଅର୍ଥାତ ସୋମବାର ସକାଳେ ପୂଜାରୀ ପୂଜା କରିବା ପାଇଁ ମନ୍ଦିରକୁ ଆସିଥିଲ । ମନ୍ଦିରକୁ ଆସି ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଦେଖି ମନ୍ଦିରର ଅନ୍ୟ ପୂଜାରୀମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।