ଆଳି,୨୧। ୬(ଆପ୍ର):ଆଳି ଥାନା ନୂଆପଡା ପଞ୍ଚାୟତ ରେ ଲୁଟ। ଲୁଟି ନେଳେ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଆଳି ଥାନା ନୂଆପଡା ପଞ୍ଚାୟତ ୧୪ ନମ୍ବର ୱାର୍ଡର ନିରଞ୍ଜନ ପାଢ଼ୀଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି।
ନିରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ ସେ ଗାଁରେ ରହୁଥିବା ତାଙ୍କ ବୃଦ୍ଧ ବାପା ଓ ମା‘ ଙ୍କ ଚିକିତ୍ସା ନିମନ୍ତେ ଘରେ ତାଲା ପକାଇ ଭୁବନେଶ୍ୱର ରହୁଥିଲେ l ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରା ମାନେ ଘର ତାଲା ଭାଙ୍ଗି ଘରେ ପଶିଥିଲେ। କୋଠରୀ ଗୁଡିକର ଝରକା କାଟି ସେଥିରେ ଥିବା ସୁନା ଚେନ, କାନଫୁଲ, ସୁନା ହାର, ମୁଦି ଲୁଟି ନେଇଛନ୍ତି। ଏଥି ସହ ଗ୍ୟାସ ସିଲିଣ୍ଡର, ପିତଳ କଂସା ବାସନ ସହ ନୂଆ ବସ୍ତ୍ର ମଧ୍ୟ ଲୁଟି ନେଇଥିବା ଶ୍ରୀ ପାଢ଼ୀ ଆଜି ଆଳି ଥାନା ରେ ଏତଲା ଦେଇଛନ୍ତି l ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଅଧିକା ଟଙ୍କା ହେବ। ପୋଲିସ ଟିମ ପହଁଚି ତଦନ୍ତ କରୁଥିବା ନେଇ ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି l
ଆହୁରି ପଢନ୍ତୁ : ସଙ୍ଗୀତ ଆମ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖେ’