ଅଳତୀ,୨୮/୦୫: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀ ଗାଁରେ ଲୁଟ୍ । ମଦନମୋହନ ବରାଳ ଓ ଲକ୍ଷ୍ମଣ ବରାଳଙ୍କ ଘରୁ କଳାକନା ବୁଲାଇଲେ ଚୋର । ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ମଦନମୋହନ ବରାଳଙ୍କ ପରିବାର ଲୋକେ ପୁରୀ ଯାଇଥିବା ବେଳେ ବଡ଼ପୁଅ ସଞ୍ଜୟ ବରାଳ ଓ ତାଙ୍କ ସ୍ତ୍ରୀ ଘରେ ଥିଲେ । ଉଭୟ ରାତିରେ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସଞ୍ଜୟଙ୍କ ଶୋଇବା ଘରକୁ ବାହାର ପଟୁ ତାଲା ମାରି ଦେଇଥିଲା । ପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ । ପରେ ଏନେଇ ଥାନାରେ ସଞ୍ଜୟ ଅଭିଯୋଗ କରିଛନ୍ତି ।
ସେହିଭଳି ଅଳତୀ ଗାଁର ଲକ୍ଷ୍ମଣ ବରାଳଙ୍କ ଘରୁ ମଧ୍ୟ ଲୁଟ୍ ହୋଇଛି । ଲକ୍ଷ୍ମଣ ବରାଳଙ୍କ ମାଆ ଘରେ ଶୋଇଥିବୋ ବେଳେ ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ଲୁହା ସୁଟକେସ୍ ଲୁଟି ନେଇଥିଲେ । ଯେଉଁଥିରେ ୪ ହଜାର ଟଙ୍କା ସହ ବହୁ ଅତ୍ୟାବଶ୍ୟକ କାଗଜପତ୍ର ରହିଥିବା ନେଇ ଅଭିଯୋଗ ହୋଇଛି । ଉଭୟଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଚଳାଇଛି ।