ଦିଗପହଣ୍ଡି, ୧୩/୯ : ଦିଗପହଣ୍ଡିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଲୁଟ୍। ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ଶୁକ୍ରବାର ବିଳମ୍ଵିତ ରାତିରେ ଦିଗପହଣ୍ଡି ସହର ଉପକଣ୍ଠରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଭଙ୍ଗାରୁଜା କରିବା ସହ ଲୁଟ୍ କଲେ ଦୁର୍ବୃତ୍ତ। ହେଲେ ଜାଣି ପାରିଲାନି ପୁଲିସ।
ସୂଚନାନୁଯାୟୀ, ଦିଗପହଣ୍ଡି ସହର ଉପକଣ୍ଠରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଲୁଟ୍ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶି ପଥପ୍ରାନ୍ତ ସୁବିଧା କେନ୍ଦ୍ରର ବିଶ୍ରାମାଗାର କକ୍ଷ ଓ କାଫେର କବାଟ, ଝରକା, ଦର୍ପଣ, ଫ୍ରିଜ୍, ଆଦି ଅସବାବ ପତ୍ର ଭଙ୍ଗାରୁଜା କରି ଦେଇଛନ୍ତି। ଏଥିସହ ପଙ୍ଖା, ଲାଇଟ୍, ଚେୟାର, ଟେବୁଲ, ପାଇପ୍, ଟେପ୍, ଇଲେକ୍ଟ୍ରି ସାମଗ୍ରୀ ଆଦି ଚୋରି ହୋଇଯାଇଛି। ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିଲେ ବି ପୁଲିସ କେମିତି ଜାଣିପାରିଲା ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।