ଭୁବନେଶ୍ଵର, ୨୨/୦୩ : ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ। ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍। କୁଜଙ୍ଗ ଥାନା ବାଗୋଇ ପୋଲ ନିକଟରେ ଏଭଳି ଘଟଣା ଘଟିଛି। ୩ ଜଣ ଦୁର୍ବୃତ୍ତ ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି। ଦୁଇଟି ସୁନା ଚେନ୍, ୩ଟି ମୁଦି ଓ ସୁନା ବ୍ରେସଲେଟ୍ ଲୁଟ୍ ହୋଇଥିବା ନେଇ ବ୍ୟବସାୟୀ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି।

ସୂଚନାନୁଯାୟୀ, ବୁଧବାର ରାତିରେ କୁଜଙ୍ଗ ବଜାରରେ ଶାନ୍ତିଲତା ଜୁଏଲାରୀ ଦୋକାନ କରିଥିବା ସୁଶାନ୍ତ କୁମାର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏତିକି ବେଳେ ତିନିଜଣ ଦୁର୍ବୃତ୍ତ ଷଣ୍ଢପୁର ନିକଟରୁ ଶୁଶାନ୍ତଙ୍କୁ ପଲସର ବାଇକ୍ରେ ଗୋଡାଇ ଥିଲେ । ବାଗୋଇ ପୋଲ ଉପରେ ସେମାନେ ଶୁଶାନ୍ତଙ୍କୁ ଅଟକାଇ ବେକରେ କଟୁରୀ ଲଗାଇ ତିନୋଟି ସୁନା ମୁଦି, ଦୁଇଟି ଚେନ୍ ଓ ଗୋଟିଏ ବ୍ରେସଲେଟ୍ ଛଡ଼ାଇ ନେଇଥିଲେ। ଏନେଇ ବ୍ୟବସାୟୀ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଲୁଟ୍ ହୋଇଥିବା ସମସ୍ତ ଜିନିଷର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। କୁଜଙ୍ଗ ପୋଲିସ ଏନେଇ ଛାନଭିନ୍ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ-କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ