ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍ : ୧୫ ଲକ୍ଷରୁ ଅଧିକ ଟଙ୍କା ଓ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ୬ ଅଟକ

Published By : Rasmita Pradhan | March 24, 2025 12:03 PM

ସିମୁଳିଆ, ୨୪/୦୩ : ବ୍ୟବସାୟୀଙ୍କ ଘରେ ପଶି ଭୁଜାଲିରେ ଆକ୍ରମଣ କରି ଲୁଟ୍। ସିମୁଳିଆ ଥାନା ବାଟି ପଞ୍ଚାୟତ ଜାମୁଝାଡ଼ି-ଧାମରା ରାସ୍ତା ପାର୍ଶ୍ଵ ବଣଗଢିଆ ଠାରେ ରବିବାର ବିଳମ୍ଵିତ ରାତିରେ ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ନଗଦ ୮ ଲକ୍ଷ ୪୦ ହଜାର ଟଙ୍କା ଓ ୭ ଲକ୍ଷରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀଙ୍କ ପୁଅ ଗୁରୁତର ହୋଇଛନ୍ତି। ସିମୁଳିଆ ପୋଲିସ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। 

ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତି ପ୍ରାୟ ଦୁଇଟାରେ ୬ ରୁ ୭ ଜଣ ଦୁର୍ବୃତ୍ତ ଜାମୁଝାଡ଼ି-ଧାମରା ରାସ୍ତା ପାର୍ଶ୍ଵ ବଣଗଢିଆ ଠାରେ ଥିବା ବ୍ୟବସାୟୀ ଆନନ୍ଦ ଚରଣ ବେହେରାଙ୍କ ଘରେ ପଶିଥିଲେ। ଘର କାମ ପାଇଁ ବନ୍ଧା ହୋଇଥିବା ବାଉଁଶରେ ଚଢି ଦ୍ଵିତୀୟ ମହଲାକୁ ଯାଇଥିଲେ। ଦ୍ଵିତୀୟ ମହଲାର ଗ୍ରୀଲ କାଟି ଘର ଭିତରେ ପଶିଥିଲେ। ଏହାପରେ ମାରଣାସ୍ତ୍ର ଦେଖାଇ ଟଙ୍କା ମାଗିଥିଲେ। ଆନନ୍ଦଙ୍କ ପୁଅ ରତିକାନ୍ତ (୩୮ ବର୍ଷ)  ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ପେଟ ଓ ହାତକୁ ଆକ୍ରମଣ କରିଥିଲେ। ଏହାପରେ ଘରେ ପଶି ନଗଦ ୮ ଲକ୍ଷ ୪୦ ହଜାର ଟଙ୍କା ଏବଂ ୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁତର ରତିକାନ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

ଦୁର୍ବୃତ୍ତଙ୍କୁ ମଧ୍ୟରୁ ଜଣେ ବ୍ୟବସାୟୀଙ୍କ ଘରେ ରାଜମିସ୍ତ୍ରୀ କାମ କରୁଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏହାପରେ ପୋଲିସ ଉକ୍ତ ଯୁବକ ସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି। ଏହି ଘଟଣା ପରେ ଏବେ ସିମୁଳିଆରେ ଚାଞ୍ଚଲ୍ୟ ଖେଳି ଯାଇଛି। ଥାନାରେ ଅଟକ ଥିବା ସମସ୍ତ ଯୁବକ ରାଜମିସ୍ତ୍ରୀ କାମ କରୁଥିବାର ଖବର ମିଳିଛି।

ଏହି ଖବରଟିକୁ ପଢନ୍ତୁ-ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା! ଅଭିଯୁକ୍ତ ଅଟକ, ଅନ୍ୟତମ ସହଯୋଗୀ ଫେରାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.