ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଡିକି ଭାଙ୍ଗି ୨ ଲକ୍ଷ ଲୁଟ ଘଟଣା, ଗଞ୍ଜାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Published By : Suraj Kumar | April 14, 2025 10:05 PM

ବାଙ୍କୀ,୧୪।୪ :  ଗତ ୪ ତାରିଖରେ ବାଙ୍କୀ ବଜାରରୁ ଗାଡ଼ି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ ଘଟଣାରେ ବାଙ୍କୀ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଆସିକାର ପାକ୍ରପଲ୍ଲୀ ଗାଁର ଏମ. ମୁନା। ଅନ୍ୟ ଜଣେ ଅଭିଯୁକ୍ତ ଛତିଶଗଡ଼ ରାୟପୁରର ରମନ ଫେରାର ଅଛି। ଏମ୍ ମୁନା ଠାରୁ ଦେଢ଼ ଲକ୍ଷ ଟଙ୍କା ଜବତ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। 

ଗତ ଏପ୍ରିଲ ୪ ତାରିଖରେ ଵୈଦେଶ୍ଵର ଥାନା ଅନ୍ତର୍ଗତ କନ୍ତକାଇ ଗ୍ରାମର ରୁଦ୍ର ମୋହନ ଭାଟ ବାଙ୍କୀ ବଜାରରେ ନିଜ ଗାଡ଼ି ରଖି ପରିବା କିଣୁଥିଲେ। ଏହାର ସୁଯୋଗ ନେଇ ତାଙ୍କ ଗାଡିର ଡିକି ଭାଙ୍ଗି ଲୁଟେରା ୨ ଲକ୍ଷ ଟଙ୍କା ନେଇଯାଇଥିଲା। ଏନେଇ ରୁଦ୍ର ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ବାଙ୍କୀ ପୋଲିସ ତଦନ୍ତ କରିଥିଲା।  ଏଥିରେ ଏମ୍ ମୁନା ରହିଥିବା ଜାଣିବାକୁ ପାଇଲା ପରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶରେ ବାଙ୍କୀର ଏକ ତିନିଜଣିଆ ପୋଲିସ ଟିମ୍ ଗଞ୍ଜାମ ଯାଇ ଏମ୍ ମୁନାଙ୍କୁ ଗିରଫ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.