ନମୌଜା,୧୪/୦୮: କେନ୍ଦ୍ରାପଡ଼ାରେ ପୁଣି ମାତିଲେ ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଆଳି ଥାନା ନିକଟ ନିଆଳ ପଞ୍ଚାୟତ ଶୀତଳେଶ୍ୱର ଗ୍ରାମରୁ ଚୋରି ହୋଇଥିବା ଜଣାପଡିଛି। ଏନେଇ ଶୀତଳେଶ୍ୱର ଗ୍ରାମର ଶ୍ୟାମସୁନ୍ଦର ପାଣି ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାତ୍ରିଭୋଜନ ପରେ ପରିବାରର ସମସ୍ତେ ଶୋଇଥିଲେ । ସେହି ସମୟରେ ଲୁଟେରାମାନେ ଘର ଭିତରକୁ ପଶିଥିଲେ । ଏହାପରେ ଶ୍ୟାମସୁନ୍ଦରଙ୍କ ମା ଶୋଇଥିବା ଏକ କୋଠରୀର ତାଜା ଉପରେ ଥିବା ଟିଣ ବାକ୍ସରେ ଥିବା ନଗଦ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟେରାମାନେ ଲୁଟି ନେଇଥିଲେ। ଏନେଇ ଆଳି ଥାନାରେ ଶ୍ୟାମସୁନ୍ଦର ଅଭିଯୋଗରେ ଦର୍ଶାଇଛନ୍ତି । ଶ୍ୟାମସୁନ୍ଦରଙ୍କ କହିବା ଅନୁଯାୟୀ ସେ ଆଜି ସକାଳେ ଘରୋଇ କାର୍ଯ୍ୟ ପାଇଁ ବାଡ଼ିକୁ ଯାଇ ଦେଖିବା ବେଳକୁ ତାଙ୍କ ଟିଣ ବାକ୍ସ ଗଛ ଡାଳରେ ଘୋଡେଇ ଦିଆଯାଇଛି । ଏହା ଦେଖି ସେ ସନ୍ଦେହ କରିବା ସହ ଚିତ୍କାର କରି ପରିବାର ଲୋକଙ୍କୁ ଡାକି ଦେଖାଇଥିଲେ । ପରେ ସେ ଚୋରି ହୋଇଥିବା ଜାଣି ଫୋନ ଯୋଗେ ପୁଲିସକୁ ଖବର ଦେଇଥିଲେ । ପରେ ଆଜି ସକାଳୁ ସେ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଏନେଇ ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ନେଇ ଆଳି ଥାନାଧିକାରୀ ଧୀରଜ କୁମାର ଲେଙ୍କା ସୂଚନା ଦେଇଛନ୍ତି ।