ସୁନ୍ଦରଗଡ,୨୦।୧ :  ସୁନ୍ଦରଗଡ ହେମଗିରି ଥାନା  ସସୁନ୍ଧରା ବରପାଲିରେ ଘଟିଛି ଏକ ବଡଧରଣର ଡକାୟତି । ଘର ଲୋକଙ୍କୁ ବାନ୍ଧି ଲୁଟେରା ଲୁଟି ନେଲେ ଦେଢ କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କା।  ଲୁଟର ଶିକାର ହୋଇଛନ୍ତି ବରପାଲିର ନିଖିଲ ଅଗ୍ରୱାଲ।

ସସୁନ୍ଧରା ବରପାଲିରେ ଥିବା ନିଖିଲ ଅଗ୍ରୱାଲଙ୍କ ଘରେ ସୋମବାର ଦିନ ଦ୍ବିପହରରେ ଦୁର୍ବୃତ୍ତମାନେ ପଶିଥିଲେ। ନିଖିଲ ଓ ତାଙ୍କ ପରିବାରକୁ ଦୁର୍ବୃତ୍ତମାନେ ଏକ ଘର ଭିତରେ ବାନ୍ଧିବା ସହ   ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ପରେ ଆଲମିରା ଖୋଲି ଦେଢ କେଜି ସୁନା, ଏକ କେଜି  ରୁପା ଓ ନଗଦ ୨ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର  ତଦନ୍ତ କରୁଛନ୍ତି।