ପ୍ରମୂଖ ଖବର

ହରିଚନ୍ଦନପୁର ବଜାରରେ ସୁନା ଦୋକାନରୁ ଲୁଟ୍ ଘଟଣା, ୬ ଗିରଫ

Published By : Rasmita Pradhan | July 5, 2025 2:36 PM

ହରିଚନ୍ଦନପୁର, ୦୫/୦୭ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ସ୍ଥିତ ନାରାୟଣ ଜୁଏଲର୍ସରୁ ଲୁଟ୍ ଘଟଣା। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ। ଅଭିଯୁକ୍ତଙ୍କ ନିକଟରୁ କିଛି ସୁନା ଅଳଙ୍କାର ସମେତ ୩ ମୋବାଇଲ୍ ଓ ୩ ବାଇକ୍ ଜବତ ହୋଇଛି। 

ସୂଚନା ଅନୁଯାୟୀ, ଜୁନ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ହରିଚନ୍ଦନପୁର ମୁଖ୍ୟ ବଜାରରେ ଥିବା ନାରାୟଣ ଜୁଏଲର୍ସରେ ପଶିଥିଲେ। ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ଫଲ୍ସ ଫାଇରିଂ କରି ଦୋକାନରୁ ସବୁ ସୁନା ଅଳଙ୍କାର ଧରି ଚମ୍ପଟ୍ ମାରିଥିଲେ। ପାଖାପାଖି ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଲୁଟ୍ କରିଥିଲେ। ଖବର ପାଇ କେନ୍ଦୁଝର ଏସପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରିଥିଲେ। ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଏହି ଘଟଣାରେ ପୁଲିସ ମୋଟ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। 

ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିକି ପାତ୍ର, ଜଗୁ ପାତ୍ର ଓ ଅଜିତ୍ ପଟ୍ଟନାୟକ। କଟକରୁ ଜିଲ୍ଲାରୁ ଜଗନ୍ନାଥ ଘଡେଇ, ଯାଜପୁର ଜିଲ୍ଲାରୁ ଇନ୍ଦ୍ରମଣି ମହାନ୍ତ ଓ ହରିଚନ୍ଦନପୁର ଥାନା ବାଇଲବେଡା ଗ୍ରାମର ବୁଦ୍ଧଦେବ ମହାନ୍ତ। ଏନେଇ ପ୍ରେସମିଟ୍ କରି ଘଟଗାଁ ଏସଡିପିଓ ବିଜୟ କୁମାର ମହାପାତ୍ର ଏବଂ ଆଇଆଇସି ଦେବକୀ ନାଏକ ସୂଚନା ଦେଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.