ପ୍ରମୂଖ ଖବର
  • ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ବିଜେଡି ସୁପ୍ରିମୋ ନବୀନ, ପୂଜାର୍ଚ୍ଚନା କରି ଏୟାରପୋର୍ଟରେ ବିଦାୟ ଦେଲେ କର୍ମୀ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଏକାଧିକ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଛାନ୍‌ଭିନ୍‌ କରୁଛି ଆୟକର ବିଭାଗ
  • ||
  • ଭୟଙ୍କର ଦୁର୍ଘଟଣା: କାର୍‌କୁ ପିଟିଲା ଟ୍ରକ, ୯ ମୃତ
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ଘୁଞ୍ଚିଲା ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଷଷ୍ଠ ଥର ପାଇଁ ଆକ୍ସିଓମ୍‌-୪ ମିଶନ୍‌ ଲଞ୍ଚିଂ ସ୍ଥଗିତ
  • ||
  • ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ଦଶମୂଳ ପହଞ୍ଚିବ ମହୌଷଧ
  • ||
  • କେନ୍ଦୁଝର : ଗ୍ୟାସ୍ ସିଲିଣ୍ଡରରୁ ଲାଗିଲା ନିଆଁ, ବାପ ପୁଅ ଗୁରୁତର
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ
  • ||
  • ଲିଡ୍ସରେ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌: ଧ୍ୱଂସ ହେବ ବାଜ ବଲ୍‌ର ବିଜୟ, ପଦାର୍ପଣ କରିପାରନ୍ତି ସୁଦର୍ଶନ
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସରକାର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶରେ ଯୋଗଦେବେ
  • ||
  • ଗିଲ୍‌-ଗମ୍ଭୀର ଯୁଗ ଆରମ୍ଭ, ଆଜିଠୁ ଲିଡ୍ସ ଲଢେଇ, ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟ
  • ||
  • ୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ୨ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷିବା ନେଇ ଆକଳନ
  • ||

ଅନବସର ସେବା: ଆଜି ଚକା ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ବଡ଼ଦେଉଳରେ ପହଞ୍ଚିବ ଦଶମୂଳ ମହୌଷଧ

Published By : Prameya | June 20, 2025 8:58 AM

ପୁରୀ,୨୦/୦୬: ବଡ଼ଦେଉଳରେ ଅନବସର କ୍ରମରେ ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅଣସର ପିଣ୍ଡିରେ ଠାକୁରଙ୍କୁ ଚକା ଉପରେ ବିଜେ କରାଯିବ । ଅର୍ଥାତ୍‌ ଜାଗ୍ରତ ଅବସ୍ଥାକୁ ଆସିବେ ଦାରୁବ୍ରହ୍ମ । ଦଇତା ପତି ଗୋଷ୍ଠୀଗତଭାବେ ଠାକୁରଙ୍କ ଏହି ସେବା କରିବେ ।  ଏଥିସହ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି ଶ୍ରୀମନ୍ଦିରରେ ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ସେବକଙ୍କ ନିଷ୍ଠାପର ସେବା ଯତ୍ନରେ  ଆରୋଗ୍ୟ ଲାଭ କରୁଛନ୍ତି ମହାପ୍ରଭୁ । ପଞ୍ଚମୀରେ  ଫୁଲୁରୀ ତେଲ ଲାଗି ହୋଇ ଠାକୁରେ ଉପଶମ ଲଭିଲେ । ପରେ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ  ଲାଗି କରାଯାଇଥିଲା । ଆଜି ଚକା ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ  ହୋଇଛି । 

ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଫିଟିବ । ଠାକୁରଙ୍କ ଚକା ବିଜେ ନୀତି ସହ ଅନବସର ନୀତି ଅନୁଷ୍ଠିତ ହେବ । ପରେ ଏକାଦଶୀ ତିଥିରେ ଅନ୍ୟ ଭୋଗ ସହ ଦଶମୂଳ ମହୌଷଧି ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ଠାକୁରେ । 

ପାରମ୍ପରିକ ରାଜବୈଦ୍ୟ ପରିବାରର  କନିଷ୍ଠ ସଦସ୍ୟ ସୋଭୋନେଶ୍ୱର ମିଶ୍ର କହିଛନ୍ତି,  ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁଙ୍କ  ପାଇଁ ମହୌଷଧି ପ୍ରସ୍ତୁତ ହୋଇଛି । ଠାକୁରଙ୍କ ପାଇଁ ଦଶମୂଳ ମହୌଷଧି ପ୍ରସ୍ତୁତ ହୋଇଛି ।  ଯେହେତୁ ଏହା ଏକ ଗୁପ୍ତ ସେବା ଅଧିକ ପ୍ରକାଶ  ସମ୍ଭବ ନୁହେଁ । ପାଞ୍ଚ ପିଢ଼ି ହେଲା ଏହି ସେବା  କରିଆସୁଥିବା ସେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.