ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

୧୦୦ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ହେଲେ ପ୍ରଭୁ ଶ୍ରୀ ସୁବର୍ଣ୍ଣମେରୁ

Published By : Suraj Kumar | June 2, 2025 10:35 PM

ମନମୁଣ୍ଡା, ୨।୬ :  ମନମୁଣ୍ଡା   ସହର ସୁବର୍ଣ୍ଣପାଲି ସ୍ଥିତ ଶତାବ୍ଦୀ ପୁରାତନ ଐତିହାସିକ ଶ୍ରୀ ଶ୍ରୀ ସୁବର୍ଣ୍ଣମେରୁ ମହାଦେବଙ୍କୁ ଅଦାଲତ ନ୍ୟାୟ ପ୍ରଦାନ କରିଛନ୍ତି। ପ୍ରଭୁଙ୍କ ଜମିବାଡ଼ିକୁ ଦୀର୍ଘ ବର୍ଷ ହେବ ଜଣେ ବ୍ୟକ୍ତି ଜବର ଦଖଲ ପୂର୍ବକ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରି ନେଇଥିଲେ। ତାହାକୁ ଅଦାଲତ ପ୍ରଭୁ ସୁବର୍ଣ୍ଣମେରୁ ମହାଦେବ ବିଜେ ମନ୍ଦିର ନାମରେ ପଟ୍ଟା ପ୍ରଦାନ କରିଥିବା ଓ ପ୍ରଭୁ ପ୍ରାୟ ୧୦୦ କୋଟି ଅସ୍ଥାବର ସମ୍ପତ୍ତି ର ଅଧିକାରୀ ହୋଇଥିବା ମନ୍ଦିର କମିଟି ସଭାପତି ତଥା ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

   ଶ୍ରୀ ମେହେର କହିଥିଲେ ଯେ, ରାଜାରାଜୁଡ଼ା ସମୟରୁ ଆଜକୁ ପ୍ରାୟ ୧୭୦ ବର୍ଷ ହେବ ଉକ୍ତ ମନ୍ଦିର ମନମୁଣ୍ଡା  ସୁବର୍ଣ୍ଣପାଲି ମୌଜା ତେଲ ନଦୀ କୂଳରେ ରହିଅଛି। କିମ୍ବଦନ୍ତୀ ପ୍ରକାରେ କ୍ଷଣିକ ପାଇଁ ଏହି ମନ୍ଦିର ରୁ ସୋନପୁର ସୁବର୍ଣ୍ଣମେରୁ ମନ୍ଦିର ପର୍ଯ୍ୟନ୍ତ ଏକ କ୍ଷଣ ପାଇଁ ସୁବର୍ଣ୍ଣ ବର୍ଷା ହୋଇଥିଲା। ସେଥିପାଇଁ ଉକ୍ତ ସ୍ଥାନ କୁ ସୁବର୍ଣ୍ଣପାଲି ନାମରେ ନାମିତ କରାଯାଇଥିଲା। ମନ୍ଦିର ରେ ଭୋଗ, ନିତିକାନ୍ତି ଓ ପର୍ବ ପର୍ବାଣୀ ପାଇଁ ବୌଦ୍ଧ ରାଜା ବହୁ ପରିମିତ ଜମିବାଡ଼ି ମନ୍ଦିର ପାଇଁ ପ୍ରଦାନ କରିଥିଲେ। ସେ ସମୟରେ ଗ୍ରାମର ଜଣେ     ମୁଖିଆ ହୋଇ ଜମିବାଡ଼ି ଚାଷ କରି ମନ୍ଦିର କଥା ବୁଝୁଥିଲେ। କାଳକ୍ରମେ ସେ ବ୍ୟକ୍ତି ଆଉ ମନ୍ଦିର କୌଣସି କଥା ବୁଝିଲେ ନାହିଁ ହେଲେ ପ୍ରଭୁ ଙ୍କ ଜମିବାଡ଼ି ଭୋଗ ଦଖଲ କରି ଚାଲିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ଚଂଚକତା କରି ପ୍ରଭୁ ଙ୍କ ଜମିବାଡ଼ି କୁ ନିଜ ନାମରେ ପଟ୍ଟା କର ନେଇଥିଲେ। ଆଜକୁ ପ୍ରାୟ ୩୦ ବର୍ଷ ପୂର୍ବେ ସ୍ବର୍ଗତ ନିତ୍ୟାନନ୍ଦ ସାହୁ ଓ ଆହୁରି କେତେଜଣ ଉକ୍ତ ଜାଲିଆତି ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେମାନେ ଫୁଲବାଣୀ ଜମି ବନ୍ଦୋବସ୍ତ ଅଫିସ କୁ ଯାଇ ତଦନ୍ତ କରିବାରେ ପ୍ରଭୁଙ୍କ ଜମିବାଡ଼ି ଜଣଙ୍କ ନାମରେ ପଟ୍ଟା ହୋଇଥିବା ଜାଣିବାକୁ ପାଇଥିଲେ। ସେନେଇ ଗ୍ରାମବାସୀ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ।କିନ୍ତୁ ପ୍ରଶାସନ ଶୁଣି ନ ଥିଲା।

 ପ୍ରକାଶ ମେହେର ମନ୍ଦିର କମିଟି ସଭାପତି ହେବା ପରେ ତାଙ୍କ ନେତୃତ୍ୱରେ ଏନେଇ ଅଦାଲତ ରେ ଏକ ସିଭିଲ କେସ ରୁଜୁ କରାଯାଇଥିଲା। ତଳ କୋର୍ଟ ରୁ ମାମଲା ହାଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଦୀର୍ଘ ପ୍ରାୟ ୨୫ ବର୍ଷ ପରେ ଦେବୋତ୍ତର ଡେପୁଟି କମିଶନର ଙ୍କ ଅଦାଲତ ମନ୍ଦିର କମିଟି ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ମନ୍ଦିର କମିଟି ନାମରେ ଉକ୍ତ ଜମିର ପଟ୍ଟା ପ୍ରଦାନ କରିଛନ୍ତି। ଉକ୍ତ ଜମିବାଡ଼ି ଜାତୀୟ ରାଜପଥ ୫୭ ଉଭୟ ପାର୍ଶ୍ଵରେ ରହିଛି ଓ ବର୍ତ୍ତମାନ୍ ର ବଜାର ମୂଲ୍ୟ ଅନୁସାରେ ତାହା ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି ସଭାପତି ଶ୍ରୀ ମେହେର କହିଛନ୍ତି।ଏଥି ମଧ୍ୟରୁ ମନମୁଣ୍ଡା ବାଇପାସ୍ ନିର୍ମାଣ ପାଇଁ ମନ୍ଦିର ର କେତେକାଂଶ ଜମି ଅଧିଗ୍ରହଣ କରାଯାଇଥିଲା ଓ ତତ୍ ବାବଦ ମନ୍ଦିର କମିଟି ଏକାଉଣ୍ଟ୍ ରେ ୧.୨୮ କୋଟି ଟଙ୍କା ଜମା କରାଯାଇଛି ଏବଂ ବର୍ତ୍ତମାନ୍ ମନମୁଣ୍ଡା ତେଲ ନଦୀ ରେ ଦ୍ଵିତୀୟ ସେତୁ ନିର୍ମାଣ ପାଇଁ ମଧ୍ୟ କିଛି ଜମି ଅଧିଗ୍ରହଣ କରାଯାଇଛି ଏବଂ ସେ ବାବଦ କୁ ୩.୩୩ କୋଟି ଟଙ୍କା ମିଳିବ ବୋଲି ସଭାପତି ଶ୍ରୀ ମେହେର କହିଥିଲେ। ଏଣୁ ଏଣିକି ମନ୍ଦିର ର ଏକ ନୂତନ ଦକ୍ଷ କମିଟି ଗଠନ କରାଯାଇ ମନ୍ଦିର ର ନିତିକାନ୍ତି, ଭୋଗରାଗ , ପର୍ବପର୍ବାଣୀ ଧୂମଧାମ୍ ରେ କରାଯିବ ଓ ମନ୍ଦିର ପାଣ୍ଠି କୁ ଆହୁରି ବୃଦ୍ଧି କରାଯିବ ବୋଲି ଶ୍ରୀ ମେହେର କହିଥିଲେ। । ମନମୁଣ୍ଡା ରେ   ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ରେ କମିଟି ସମ୍ପାଦକ ସୁଧାଂଶୁ ମେହେର, ପୂଜକ ନରସିଂହ ଥନାପତି , ସଭ୍ୟ ତାପସ କୁମାର ମେହେର,ନବୀନ ମେହେର, ବିଶିଷ୍ଟ ଗ୍ରାମବାସୀ  ନରେନ୍ଦ୍ର ମେହେର, କୈଳାଶ ଚନ୍ଦ୍ର ମେହେର, ବିଷ୍ଣୁ ପ୍ରସାଦ ମେହେର ଙ୍କ ସମେତ ପ୍ରାୟ ୫୦ ଜଣ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.