ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ, ପ୍ରେମିକକୁ ଗିରଫ କଲା ପୋଲିସ

Published By : Prameya | November 19, 2024 11:02 AM

ଚନ୍ଦ୍ରଶେଖରପୁର ୧୯/୧୧: ହୋଟେଲରେ ଏକାଠି କାମ କରୁଥିଲେ ।  ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଯୋଡ଼ିହେଲା । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ପ୍ରତାରଣା ଦେଇଥିଲେ । ଏଭଳି ଜଣେ ପ୍ରତାରକ  ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର  ଥାନା ପୁଲିସ । ସେ ହେଲେ ସୋମନାଥ  ମଲ୍ଲିକ(୨୯) । ଘର ଜଗତସିଂହପୁର  ଜିଲ୍ଲା ତାରିକୁଣ୍ଡ ଥାନା ଗରୁଆଳ ଗାଁରେ ।  

ସୋମନାଥ ଓ ପୀଡିତା ଯୁବତୀ ଗତ  ୨୦୨୩ରେ ମୈତ୍ରୀବିହାର ଥାନା ଅନ୍ତର୍ଗତ  ଏକ ହୋଟେଲରେ ଏକତ୍ର କାର୍ଯ୍ୟ  କରୁଥିଲେ । ସୋମନାଥ ଯୁବତୀଙ୍କୁ ବିବାହ  କରିବାର ପ୍ରତିଶ୍ରୁତି ଦେଇଥିଲେ । ଗତ ବର୍ଷ  ଜୁଲାଇରେ ସୋମନାଥ ପାତ୍ରପଡ଼ା ସ୍ଥିତ ଏକ  ହୋଟେଲକୁ ନେଇ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ।  ଏହି ସମୟରେ ସେ କିଛି ଆପତ୍ତି ଜନକ  ଫଟୋ ତାଙ୍କର ମୋବାଇଲରେ କଏଦ କରି  ନେଇଥିଲେ । ପରେ ସେଗୁଡିକୁ ଭାଇରାଲ  କରିବାର ଧମକ ଦେଇ ଯୁବତୀଙ୍କ ସହ  ବାରମ୍ବାର ସମ୍ପର୍କ ରଖିଥିଲେ । କେବଳ  ସେତିକି ନୁହେଁ ତାଙ୍କ ଠାରୁ ୭୦ ହଜାର  ଟଙ୍କା ମଧ୍ୟ ନେଇଥିଲେ । ପରବର୍ତ୍ତୀ  ସମୟରେ ସୋମନାଥ ପୀଡିତାଙ୍କୁ ବିବାହ  କରିବାକୁ ମନା କରିଦେଇଥିଲେ । ଶେଷରେ  କିଛି ଉପାୟ ନପାଇ ମୈତ୍ରୀ ବିହାର  ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.