ନୂଆଦିଲ୍ଲୀ, ୦୧/୦୨ : ବଜେଟ୍ ପୂର୍ବରୁ ମଧ୍ୟବିତ୍ତଙ୍କୁ ମହଙ୍ଗା ମାଡ଼। ବଢିଲା କମର୍ସିଆଲ୍ ଏଲପିଜି ଦର। ୧୯ କେଜି କମର୍ସିଆଲ୍ ଏଲପିଜି ଦର ୪୯ ଟଙ୍କା ବଢିଛି। ୧୯ କେଜି କମର୍ସିଆଲ୍ ଏଲପିଜି ଦର ୧୭୪୦ ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ଘରୋଇ ଏଲପିଜି ଦର ଅପରିବର୍ତ୍ତିତ ରହିଛି। ତୈଳ ବିପଣନ କମ୍ପାନୀମାନେ ଫେବୃଆରୀ ୧ରୁ କମର୍ସିଆଲ୍ ଏଲପିଜି ଦର ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ସିଧାସଳଖ ଭାବରେ ହୋଟେଲ, ରେସ୍ତୋରାଁ, ଢାବା ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ପଡ଼ିବ। 

କେଉଁ ସହରରେ କେତେ ଟଙ୍କା ?
ଦିଲ୍ଲୀ- ୧୭୪୦ ଟଙ୍କା ୫୦ ପଇସା
କୋଲକାତା- ୧୮୪୪ ଟଙ୍କା ୫୦ ପଇସା
ମୁମ୍ଵାଇ- ୧୬୯୨ ଟଙ୍କା
ଚେନ୍ନାଇ-୧୮୪୯ ଟଙ୍କା ୫୦ ପଇସା

ଘରୋଇ ସିଲିଣ୍ଡର ଦର ସ୍ଥିର
ଦିଲ୍ଲୀ- ୮୫୩ ଟଙ୍କା
କୋଲକାତା- ୮୭୯ ଟଙ୍କା
ମୁମ୍ଵାଇ- ୮୫୨ ଟଙ୍କା ୫୦ ପଇସା
ଚେନ୍ନାଇ- ୮୬୮ ଟଙ୍କା ୫୦ ପଇସା
ଲକ୍ଷ୍ନୌ- ୮୯୦ ଟଙ୍କା ୫୦ ପଇସା
ଅହମଦାବାଦ- ୮୬୦ ଟଙ୍କା
ହାଇଦ୍ରାବାଦ- ୯୦୫ ଟଙ୍କା

ଏହି ଖବରଟିକୁ ପଢନ୍ତୁ- ବଜେଟ୍ ପୂର୍ବରୁ ସୁନା-ରୁପା ଦରରେ ବଡ଼ ବ୍ରେକ୍, ଚାନ୍ଦି ୨୭ ହଜାର... ହଳଦିଆ ଧାତୁ ୯ ହଜାର ଶସ୍ତା