ନୂଆଦିଲ୍ଲୀ, ୦୧/୦୨ : ବଜେଟ୍ ଉପସ୍ଥାପନ ପୂର୍ବରୁ ସୁନା-ରୁପା ଦରରେ ବଡ଼ ବ୍ରେକ୍। ଲଗାତର ଖସୁଛି ଦର। ରବିବାର ସେୟାର ବଜାରର କମୋଡିଟି ମାର୍କେଟ୍‌ ରେ ସୁନା-ରୁପା ଟ୍ରେଣ୍ଡିଂ କରୁଥିଲା। ବଜାର ଖୋଲିବା କ୍ଷଣି ଦୁଇ ଧାତୁର ମୂଲ୍ୟ କ୍ରାସ୍ ହୋଇଛି। ୧ କିଲୋ ରୁପା ଦର ଅଚାନକ ୨୭ ହଜାର ଟଙ୍କା ଖସି ଯାଇଛି। ସେହିଭଳି ସୁନା ଦର ମଧ୍ୟ ଖସିଯାଇଛି। ଗୋଟିଏ ଝଟକାରେ ସୁନା ଦର ୯ ହଜାର ଟଙ୍କା ଖସି ଯାଇଛି। 

ଗୁରୁବାର ରୁପା ଦର ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା। ୧ କିଲୋ ରୁପା ଦର ୪ ଲକ୍ଷ ୨୦ ହଜାର ୪୮ ଟଙ୍କା ଛୁଇଁଥିଲା। ହେଲେ ଏହାର ପରଦିନ ରୁପା ଦରରେ ୧ ଲକ୍ଷ ୨୮ ହଜାର ଟଙ୍କା ହ୍ରାସ ହୋଇ ୨ ଲକ୍ଷ ୯୧ ହଜାର ୯୨୨ ଟଙ୍କାରେ ପହଞ୍ଚିଛି। ଆଜି ପୁଣି ବଜେଟ୍ ଉପସ୍ଥାପନ ପୂର୍ବରୁ ରୁପା ଦରରେ ଆହୁରି ୯ ପ୍ରତିଶତ ହ୍ରାସ ହୋଇଛି। ପ୍ରାୟ ୨୭ ହଜାର ୫୦୦ ଟଙ୍କା ଖସି ଏବେ ରୁପା ୨ ଲକ୍ଷ ୬୫ ହଜାର ୬୫୨ ଟଙ୍କାରେ ପହଞ୍ଚିଛି।  

ବଜେଟ୍ ଲାଇଭ୍ ଦେଖନ୍ତୁ ପ୍ରମେୟ ଡିଜିଟାଲ୍ ରେ-

​​​​​​​

ସେହିପରି ଗୁରୁବାର ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧ ଲକ୍ଷ ୯୩ ହଜାର ୯୬ ଟଙ୍କାରେ ପହଞ୍ଚିଥିଲା। ଏହାପରେ ୪୨ ହଜାର ୨୪୭ ଟଙ୍କା ଶସ୍ତା ହୋଇ ୧ ଲକ୍ଷ ୫୦ ହଜାର ୮୪୯ ଟଙ୍କାରେ ପହଞ୍ଚିଥିଲା। ରବିବାର ଏମସିଏକ୍ସରେ ସୁନା ଦର ଆହୁରି ୬ ପ୍ରତିଶତ ଖସି ୧୦ ଗ୍ରାମ୍ ପିଛା ୯୦୦୦ ଟଙ୍କା କମିଛି। ଏବେ ସୁନା ଦର ଲକ୍ଷେ ୪୩ ହଜାର ୨୦୫ ଟଙ୍କାରେ ପହଞ୍ଚିଛି। 

ଏହି ଖବରଟିକୁ ପଢନ୍ତୁ- Union Budget 2026: ଶୁଳ୍କ ୪%କୁ ଖସିବା ସମ୍ଭାବନା, ଶସ୍ତା ହୋଇପାରେ ସୁନା, ରୁପା ଦର