ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପହିଲାରୁ ପୁଣି ମହଙ୍ଗା ମାଡ, ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ

Published By : Anindita Ratha | October 1, 2024 8:52 AM

ନୂଆଦିଲ୍ଲୀ,୦୧/୧୦:ଆଜିଠୁ ପୁଣି ମହଙ୍ଗା ମାଡ଼। ବୃଦ୍ଧି ପାଇଛି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ପ୍ରତି ମାସର ପହିଲାରେ ଗ୍ୟାସ୍‌ ସିଲିଣ୍ଡର ଦରରେ ପରିବର୍ତ୍ତନ ହୁଏ। ଅକ୍ଟୋବର ୧ ତାରିଖରେ ମଧ୍ୟ ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍‌ ଦରରେ ପରିବର୍ତ୍ତନ କରିଛି। ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲା ଏଲପିଜି ସିଲିଣ୍ଡରର ଦାମ୍‌ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି।

ଇଣ୍ଡିଆନ୍ ଅଏଲ୍‌ର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ। କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ।  କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୁଏ। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ଅଗଷ୍ଟ ମାସରେ ୮ରୁ ୯ ଟଙ୍କା ବୃଦ୍ଧି ପାଇଥିଲା। ତେବେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୂର୍ବ ପରି ଏହା ୮୩୦ ଟଙ୍କାରେ ଉପଲବ୍ଧ ହେବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.