ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଲକ୍ଷ୍ନୌ ମଇଦାନରେ ପନ୍ତଙ୍କ ଟିମ୍‌କୁ ହରାଇଲା ପଞ୍ଜାବ; ୮ ଓ୍ବିକେଟରେ ଜିତିଲା ମ୍ୟାଚ୍

Published By : Soubhagya Ranjan | April 1, 2025 11:01 PM

Image source: ABP Live

ଲକ୍ଷ୍ନୌ,୦୧/୦୪: ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି। ଲକ୍ଷ୍ନୌ ନିଜ ଘରୋଇ ପଡ଼ିଆରେ ପରାଜୟର ସମ୍ମୁଖୀନ ହୋଇଛି। ଚଳିତ ସିଜନରେ ଏହା ପଞ୍ଜାବର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବାବେଳେ ଲକ୍ଷ୍ନୌ ଟୁର୍ନାମେଣ୍ଟର ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି। ଇକନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏଲ୍‌ଏସ୍‌ଜି ପ୍ରଥମେ ଖେଳି ୧୭୧ ରନ୍ ସ୍କୋର କରିଥିଲା। ଏହାର ଜବାବରେ ପଞ୍ଜାବ ୧୭ ଓଭରରେ ୮ ୱିକେଟ୍‌ ଥାଇ ମ୍ୟାଚ ଜିତିଥିଲା।

ଏକନା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପାଇଁ ୧୭୨ ରନ୍‌ର ବିଜୟଲକ୍ଷ୍ୟ ଥିଲା। ପଞ୍ଜାବ ଦଳର ନୂତନ ତାରକା ପ୍ରିୟାଂଶ ଆର୍ଯ୍ୟ ଏଥର ଭଲ ପ୍ରଦର୍ଶନ କରିପାରିନଥିଲେ କିନ୍ତୁ ତାଙ୍କ ସାଥୀ ପ୍ରଭାସୀମ୍ରନଙ୍କ ଧୁଆଁଧାର ବ୍ୟାଟିଂରେ ଫିକା ପଡ଼ିଥିଲା ଲକ୍ଷ୍ନୌ ବୋଲରଙ୍କ ପ୍ରଦର୍ଶନ। ପ୍ରଭସୀମ୍ରନ୍ ସିଂ ମାତ୍ର ୨୩ ଟି ବଲରେ ନିଜର ଅର୍ଦ୍ଧଶତକୀୟ ପାଳି ପୂରଣ କରିଥିଲେ ଏବଂ ମ୍ୟାଚରେ ସେ ୩୪ ବଲରେ ୬୯ ରନର ଧ୍ବସ୍ତବିଧ୍ବସ୍ତ ଇନିଂସ ଖେଳିଥିଲେ। 

ପ୍ରଭସୀମ୍ରାନ ସିଂଙ୍କ ଆଉଟ ହେବା ପରେ ଅଧିନାୟକ ଶ୍ରେୟାସ ଆୟର ପଞ୍ଜାବ କିଙ୍ଗ୍ସର ଇନିଂସକୁ ଆଗକୁ ନେଇଥିଲେ। ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ କ୍ୟାପଟେନ ଶ୍ରେୟସ୍ ୯୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥର ଲକ୍ଷ୍ନୌ ବିପକ୍ଷରେ ସେ ୩୦ ଟି ବଲରେ ଅପରାଜିତ ୫୨ ରନ୍ ସଂଗ୍ରହ କରିଥିଲେ। ଆୟର କେବଳ ୨ ଟି ମ୍ୟାଚରେ ୧୪୯ ରନ୍ ସଂଗ୍ରହ କରିଛନ୍ତି ଏବଂ ଉଭୟ ମ୍ୟାଚ୍ ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। କହିରଖୁଛୁ ଯେ, ଏହି ବିଜୟ ସହିତ ପଞ୍ଜାବ କିଙ୍ଗସ ବର୍ତ୍ତମାନ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନକୁ ଆସିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.