ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଲୁଟେରାର ଏନକାଉଣ୍ଟରରେ ମୃତ୍ୟୁ , ଲକ୍ଷେ ଟଙ୍କାର ଥିଲା ପୁରସ୍କାର ଘୋଷିତ

Published By : Prameya | March 21, 2025 11:23 PM

ନୂଆଦିଲ୍ଲୀ : ରାଜଧାନୀ ଲକ୍ଷ୍ନୌରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଲୁଟେରାକୁ ଏନକାଉଣ୍ଟରରେ ମାରି ଦିଆ ଯାଇଛି। ବନାରସରୁ ଇଣ୍ଟରଭ୍ୟୁ ଦେଇ ଫେରୁଥିବା ଅଯୋଧ୍ୟାର ମହିଳାଙ୍କୁ ଆଲମବାଗ୍ ବସ୍‌ଷ୍ଟାଣ୍ଡରୁ ଅଟୋରେ ଉଠାଇବା ପରେ ଏମିତି କାଣ୍ଡ କରି ଥିଲା। ଦୁଇ ଦିନ ହେବ ପୁଲିସ ଲୁଟେରାର ପିଛାରେ ଲାଗି ଥିଲା। ସିସିଟିଭିରେ ଏହାର ଫଟୋ ମଧ୍ୟ କଏଦ ହେବା ପରେ ସେ ଚିହ୍ନଟ ହୋଇଥିଲା। ଏହାପରେ ତା ଉପରେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷିତ କରାଯାଇ ଥିଲା। ରାଜଧାନୀରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡକୁ ସିଏମ ଯୋଗୀ ଗୁରୁତର ସହ ନେଇ ଥିଲେ। ତାଙ୍କ ଆଦେଶ ଉପରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ଇନସ୍ପେକ୍ଟରଙ୍କ ସମେତ ଅନେକ ପୁଲିସକର୍ମୀଙ୍କୁ ନିଲମ୍ୱିତ କରିଦିଆ ଯାଇଥିଲା। ଏହି ମଧ୍ୟରେ ଶୁକ୍ରବାର ରାତିରେ ପୁଲିସକୁ ବଡ଼ ସଫଳତା ମିଳିଛି। 

ବୁଧବାର ରାତିରେ ବନାରସରୁ ଆସି ଲକ୍ଷ୍ନୌ ବସ୍‌ ଷ୍ଟାଣ୍ଡରେ ପହଞ୍ଚି ମହିଳା ଜଣକ ସ୍ୱାମୀଙ୍କୁ ଫୋନ କରି ଭାଇଙ୍କ ଘରକୁ ଯିବାର କଥା କହି ଥିଲେ। ଏହାପରେ ସେ ଏକ ଅଟୋରେ ଯାଇଥିଲେ। ଅଟୋରେ ବସିବା କ୍ଷଣି ସେ ନିଜର ଲୋକେସନ ମଧ୍ୟ ଭାଇକୁ ପଠାଇ ଦେଇଥିଲା। ଭାଇ ଯେବେ ଦେଖିଲେ ତ ଅଟୋ ଚାଳକ ତାଙ୍କ ଭଉଣୀକୁ ଭୁଲ୍‌ ରୁଟରେ ନେଇ ଯାଉଛି , ସେ ତୁରନ୍ତ ଚାଳକ ସହ କଥା ମଧ୍ୟ ହୋଇଥିଲେ। ଏହାପରେ ଫୋନ୍‌ ସ୍ୱିଚ୍‌ ଅଫ୍‌ ହୋଇଗଲା। ଭାଇ ତୁରନ୍ତ ପୁଲିସକୁ ଏହାର ସୂଚନା ଦେଲେ। ଏହାପରେ ମଧ୍ୟ ପୁଲିସ୍‌ ଆକ୍ଟିଭ୍‌ ହୋଇ ନଥିଲା। ସକାଳେ ମଲିହାବାଦର ବାଜିଦନଗରରେ ଆମ୍ୱ ବଗିଚାରେ ମହିଳାଙ୍କ ମୃତଦେହ ମିଳିଥିଲା। ଯାଞ୍ଚରେ ଜଣାପଡ଼ି ଥିଲା ଯେ ଦୁ୍ଷ୍କର୍ମ ପରେ ତାଙ୍କର ବେକ୍ ଚିପି କରାଯାଇଛି।

ଏହାପରେ ପୁଲିସ ଟିମ୍‌ ଲୁଟେରା ଅଟୋ ଚାଳକ ପଛରେ ପଡ଼ିଗଲା। ଜଣାପଡ଼ିଲା କି ,ଅଟୋରେ ଭୁଲ୍‌ ନମ୍ୱର ପ୍ଲେଟ୍‌ ଲଗେଇ ସେ ଅପରାଧ କରି ଚାଲିଥିଲା। ସିସିଟିଭି ଫୁଟେଜ୍‌ରୁ ତାର ଚିହ୍ନଟ ହୋଇ ଥିଲା। ପୁଲିସ ଟିମ୍‌ ଘରେ ପହଞ୍ଚିବାରୁ ସେ ଘରେ ନଥିଲା। ଶୁକ୍ରବାର ତାର ଭାଇକୁ ପୁଲିସ ଥାନାକୁ ଉଠାଇ ନେଲା। 

ଏହି ମଧ୍ୟରେ ପୁଲିସକୁ ସୂଚନା ମିଳିଲା ଯେ, ସେ ମଲିହାବାଦ ଅଞ୍ଚଳରେ ମଧ୍ୟ ଲୁଚି ରହିଛି। ପୁଲିସ ସେଠାରେ ପହଞ୍ଚି ଏକ ରେଷ୍ଟ୍ରୁରାଣ୍ଟ ପାଖରେ ତାର ଘେରାବନ୍ଦୀ କରିଥିଲା। ରାତି ପାଖାପାଖି ୯ଟା ସମୟରେ ପୁଲିସର ଘେରାବନ୍ଦୀକୁ ଭାଙ୍ଗି ଫେରାର ହେବାକୁ ଲୁଟେରା ଫାୟାରିଂ କରିଥିଲା। ପୁଲିସ ମଧ୍ୟ ଜବାବୀ ଫାୟାରିଂରେ ତାଙ୍କୁ ମାରି ଦେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.