ହରଭଙ୍ଗା ,୨।୧୧ : ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଆନୁକୂଲ୍ୟରେ ପୁସ୍ତକ ମେଳା -୨୦୨୫ରେ ବୌଦ୍ଧ କଚେରୀ ପଡିଆରେ ଅନୁଷ୍ଠିତ ହୋଇଛି। ପ୍ରଥମେ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ମୂଳ ବାସିନୀ ମା’ ଭୈରବୀ ଙ୍କ ଠାରେ ରୀତିନୀତିରେ ପୂଜାର୍ଚନା କରି ମା’ ଙ୍କ ଆଜ୍ଞl ମାଳ ସହିତ ମା’ଙ୍କ ଦିବ୍ୟ କଚେରୀ ଖେଳ ପଡିଆରେ ପହଂଚି ଥିଲା l ମା’ଙ୍କ ଜ୍ୟୋତିକୁ ଫୋରାମ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା କରି ପୁସ୍ତକ ମେଳା ମଣ୍ଡପରେ ଅବସ୍ଥାପିତ ପରେ ପ୍ରଭୁ ଜଗନ୍ନାଥ ଓ ମା’ ଭୈରବୀ ଙ୍କୁ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା l ଏହା ପରେ ପୁସ୍ତକ ମେଳା ଉଦଘାଟନ କରାଯାଇଥିଲା।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଅନୁଷ୍ଠାନିକ ଭାବେ ପୁସ୍ତକ ମେଳାକୁ ଶୁଭ କରିଥିଲେ l ଅନ୍ୟ ପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମସ୍ତ ଦର୍ଶକ, ପାଠକ ଓ ଜିଲ୍ଲା ବାସୀଙ୍କୁ ପୁସ୍ତକ କ୍ରୟ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଜର୍ଣ୍ଣାଲିଷ୍ଟ ଫୋରମ ଏତେବଡ଼ ଆୟୋଜନ କୁ ଧନ୍ୟବାଦ ଦେଇଥିଲେ l

ଫୋରମ ର ଆବାହକ ଦିବ୍ୟ ରଞ୍ଜନ ପଟ୍ଟନାୟକ, ସଭାପତି ଦିବ୍ୟ ଶଙ୍କର ରାଉତ, ସମ୍ପାଦକ ଯୁଗଳ କିଶୋର ସାମଲ ଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l