ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ମା' ସିଦ୍ଧ କମଳାଙ୍କ ଯାତ୍ରା ଉଦଯାପିତ : ବିରାଟ ପଟୁଆରରେ ମା'ଙ୍କୁ ବିଦାୟ ଦେଲେ ବଢ଼େଇ ସାହି ବାସିନ୍ଦା, ଚାଙ୍ଗୁ ବାଜାବାଣରେ ଦୁଲୁକିଲା ରାୟଗଡ଼

Published By : Prameya | May 14, 2025 1:15 PM

ରାୟଗଡ଼(ଗଜପତି) ୧୪/୦୫ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ବଢେଇ ସାହିର ଆରାଧ୍ୟ ଦେବୀ ମା' ସିଦ୍ଧ କମଳାଙ୍କ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି। ଦୀର୍ଘ ସତର ବର୍ଷ ପରେ ମା' ସାଆନ୍ତାଣୀ ବାପା ଘରକୁ ଆସିଥିଲେ। ପାଞ୍ଚ ଦିନର ରହଣି ପରେ ମଙ୍ଗଳବାର ଶେଷ ଦିନ ହୋଇଥିବାରୁ ମା ରାତି ସାରା ନଗର ପରିକ୍ରମାରେ ବାହାରି ଗ୍ରାମ ବୁଲୁଥିଲେ। ବୁଧବାର ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ଶାଶୁ ଘରକୁ ଏକ ବିରାଟ ପଟୁଆର ଫେରିଛନ୍ତି।

ମା'ଙ୍କ ଶେଷ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପରେ ପ୍ରବଳ ଭିଡ ଜମିଥିଲା। ରୀତିନୀତି ଅନୁସାରେ ଦିନରେ ପୂଜା ସରିବା ପରେ ସନ୍ଧ୍ୟା ୭ ଟା ସମୟରେ ଆଳତି କରାଯାଇଥିଲା। ରାତି ୧୧ଟାରେ ମା'ଙ୍କ ଘଟ ବାହାରି ପରିକ୍ରମା କରି ଭୋର୍‌ରେ ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ। ମା'ଙ୍କ ସ୍ଥାନୀୟ ମଣ୍ଡପ ଓ ବଲ୍ଲଭ ପାଇକଙ୍କ ଘରୁ ଭୈରବୀ ବେଶରେ ବାହାରି ଖଣ୍ଡା ଚାଳନା ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଡିଜେ ସହ ଚାଙ୍ଗୁ ବାଜା ବାଜଣା ଓ ବାଣରେ ରାୟଗଡ଼ ଦୁଲୁକୁଥିବା ବେଳେ ଧୂପ ଓ ଦୀପ ମହକରେ ମହକିଥିଲା। ସମସ୍ତେ ଅଦିନିଆ ହୋଲି ପର୍ବର ମଜା ଉଠାଇଥିଲେ। ପ୍ରତି ସାହି ଗଳିକନ୍ଦିରେ ମା'ଙ୍କ ଘଟ ପୂଜା ପାଇଥିଲା। ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳାରେ ସାହି ସଜ୍ଜିତ ହୋଇଥିଲା। ବୁଧବାର ସକାଳ ୭ଟାରେ ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା ଶେଷକରି ଠାକୁରାଣୀ ଅସ୍ଥାୟୀ ମଣ୍ଡପରୁ ସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ। 

ଠାକୁରାଣୀଙ୍କ ଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି। ମା'ଙ୍କ ଆଗମନ ନେଇ ପୁଣି ଅପେକ୍ଷା କରିବାକୁ ପଡ଼ିବ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସଦସ୍ୟା ପରିଚାଳନା କରିଥିବା ବେଳେ ଯୁବଗୋଷ୍ଟୀ ସମ୍ପୂର୍ଣ୍ଣ ଭାବେ ପରିଚାଳନାରେ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.