ପ୍ରମୂଖ ଖବର
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ମଧ୍ୟପ୍ରଦେଶରେ ପୋଲିସ-ନକ୍ସଲ ମୁହାଁମୁହିଁ, ୩ ମହିଳା ନକ୍ସଲ ମୃତ, ସର୍ଚ୍ଚ ଅପରେସନ୍ ଜାରି…

Published By : Ladu Kishor | February 19, 2025 6:09 PM

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ବୁଧବାର ହୋଇଥିବା ଏହି ଏନକାଉଣ୍ଟରରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲଙ୍କୁ ହତ୍ୟା କରିଛି । ସୂଚନା ଅନୁଯାୟୀ, ପୋଲିସର ଏହି ଅପରେସନରେ ଅନେକ ନକ୍ସଲ ଆହତ ହୋଇଥିବା ଜଣାପଡିଛି । ଜଣେ ଅଧିକାରୀ ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସେୟାର କରିଛନ୍ତି।

ଅତିରିକ୍ତ ପୋଲିସ ଅଧୀକ୍ଷକ ବିଜୟ ଡାବରଙ୍କ ଅନୁଯାୟୀ, ମଧ୍ୟପ୍ରଦେଶ ପୋଲିସର ନକ୍ସଲ ବିରୋଧୀ 'ହକ୍ ଫୋର୍ସ' ଏବଂ ସ୍ଥାନୀୟ ପୋଲିସ ଟିମ୍ ଛତିଶଗଡ଼ ରାଜ୍ୟ ସୀମା ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏହି ଅପରେସନ ଆରମ୍ଭ କରିଥିଲେ । ବାଲାଘାଟ ଜିଲ୍ଲାର ମୁଖ୍ୟାଳୟରୁ ୯୦ କିଲୋମିଟର ଦୂରରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ତିନି ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି । ଏ ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ପୋଲିସ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପୋଲିସ ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ (SLR) ଏବଂ ଗୋଟିଏ 303 ରାଇଫଲ୍ ଏବଂ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ଜବତ କରିଛି। ଏହି ଏନକାଉଣ୍ଟର ସମୟରେ କିଛି ନକ୍ସଲ ମଧ୍ୟ ଆହତ ହୋଇଛନ୍ତି। ତଥାପି, ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ। ତେବେ ଫେରାର ନକ୍ସଲଙ୍କୁ ଧରିବା ପାଇଁ ୧୨ଟି ପୋଲିସ ଦଳ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.