ନୂଆଦିଲ୍ଲୀ,୧୧/୦୬; ପୁଳା ପୁଳା ଗହଣ ପିନ୍ଧି ଭିଡିଓ ସୁଟ୍ କଲେ । ବେକ, ହାତ, କାନ ଭରି ଭରି ସୁନାରେ ସଜେଇ ହୋଇ ଭିଡିଓ କରି ପୋଷ୍ଟ କରୁଥିଲେ । ସୋସିଆଲ ମିଡିଆରେ ସୁନା ଗହଣା, ଟଙ୍କା ଓ ବିଳାସପୂର୍ଣ୍ଣ ଜୀବନଶୈଳୀର ପ୍ରଦର୍ଶନ ଜଣେ ଗୃହିଣୀ ତଥା ୟୁଟ୍ୟୁବର୍ଙ୍କୁ ମହଙ୍ଗା ପଡ଼ିଛି । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ମୋହନୀ ଗାଁର ୟୁଟ୍ୟୁବର ରଚନା ଗୁର୍ଜରଙ୍କ ଘରୁ ସୁନା-ଗହଣା ଚୋରି ହୋଇଛି । ଘଟଣାଟି ଗତ ଶନିବାର ମଧ୍ୟରାତ୍ରିରେ ଘଟିଛି । ଚୋର ଘରର ତାର ବାଡ଼କୁ କାଟି ଭିତରେ ପ୍ରବେଶ କଲେ । ତା’ପରେ ରଚନା ଓ ତାଙ୍କ ସ୍ୱାମୀ ଉଦଲ ସିଂହ ଗୁର୍ଜର ଶୋଇଥିବା ବଖରାକୁ ବାହାରୁ ବନ୍ଦ କରିଦେଲେ ଏବଂ ସିସିଟିଭି କ୍ୟାମେରାକୁ ଉପର ଆଡ଼କୁ ବୁଲାଇଦେଲେ ।
ଏହା ପରେ ଆଲମାରୀ ଓ କୋଠରୀଗୁଡ଼ିକର ତାଲା ଭାଙ୍ଗି ୧.୯୧ ଲକ୍ଷ ନଗଦ, ସୁନା ମଙ୍ଗଳସୂତ୍ର, ୪ଟି ସୁନା ମୁଦି ଏବଂ ରୁପାର କିଛି ମୂଲ୍ୟବାନ ସାମଗ୍ରୀ ନେଇଗଲେ । ଏପରିକି ଏନର୍ଜି ଡ୍ରିଙ୍କର ଏକ କାର୍ଟୁନ୍ ମଧ୍ୟ ବୋହିନେଲେ । ରଚନା ଓ ତାଙ୍କ ସ୍ୱାମୀ ଭୋର ୪ଟାରେ ଉଠିବା ପରେ କୋଠରୀ କବାଟ ବାହାରୁ ବନ୍ଦ ଥିବାରୁ ଚୋରି ବିଷୟରେ ଜାଣିବାକୁ ପାଇଲେ । ପୁଲିସ ମାମଲାର ଯାଞ୍ଚ କରୁଛି । ଚୋରଙ୍କୁ ଧରିବାକୁ ନିକଟସ୍ଥ ସିସିଟିଭ୍ ଫୁଟେଜ୍ ସ୍କାନ୍ କରୁଛି । ସ୍ଥାନୀୟ ବାସିନ୍ଦା ଓ ଅନ୍ଲାଇନ୍ ୟୁଜର୍ଙ୍କ ମଧ୍ୟରେ ଆଲୋଚନା ହେଉଛି, ସୋସିଆଲ ମିଡିଆରେ ଗହଣା ଓ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ବାରମ୍ବାର ପ୍ରଦର୍ଶନ ଏହି ଚୋରିର ମୁଖ୍ୟ କାରଣ । ରଚନା ସୋସିଆଲ ମିଡିଆରେ ନିଜର ଜୀବନଶୈଳୀ, ମହଙ୍ଗା ଗହଣା ଓ ଭବ୍ୟ ଘରର ଭିଡିଓ ଶେୟାର କରନ୍ତି । ସେଥିପାଇଁ ଚୋର ତାଙ୍କ ଘରକୁ ଟାର୍ଗେଟ୍ କରିଛନ୍ତି ।
ଏହା ବି ପଢନ୍ତୁ...Mamata Banerjee TMC Crumbling: ସୁଖେନ୍ଦୁ ଓ ସୁସ୍ମିତାଙ୍କ ପରେ ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍, ଟିଏମସିରେ ବିଦ୍ରୋହ !
ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ପୋଷ୍ଟ କରୁଛନ୍ତି । ରଚନା ସୁନା ଗହଣା ପିନ୍ଧି ଭିଡିଓ ପୋଷ୍ଟ କରି ବଡ଼ ସମସ୍ୟାରେ ପଡିଛନ୍ତି । ଆମେ ଆପଣଙ୍କୁ ସତର୍କ କରିବାରୁ ଚାହୁଁଛୁ ଏପରି ସୁନା ଗହଣା ପିନ୍ଧି ଭିଡ଼ିଓ ପୋଷ୍ଟ କରନ୍ତୁ ନାହିଁ । ଚୋରକୁ ନିମନ୍ତ୍ରଣ କରନ୍ତୁ ନାହିଁ