ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅଧା ରହିଗଲା ହ୍ୟାଟ୍ରିକ୍‌ ସ୍ବପ୍ନ, ସବାଲେଙ୍କାଙ୍କୁ ଚକ୍‌ମା ଦେଇ ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ମାଡିସନ୍‌ କିଜ୍‌

Published By : Tapas Panda | January 25, 2025 11:36 PM

Image Courtesy: hindustantimes

ନୂଆଦିଲ୍ଲୀ: ବେଲାରୁଷର ଷ୍ଟାର ଟେନିସ୍‌ ଖେଳାଳି ସବାଲେଙ୍କାଙ୍କୁ ଜୋରଦାର ଝଟ୍‌କା ଲାଗିଛି । ଅଷ୍ଟ୍ରେଲିଆ ଓପନରେ ହ୍ୟାଟ୍ରିକ୍‌ କରିବାକୁ ସେ ଦେଖିଥିବା ସ୍ବପ୍ନ ଧୂଳିସାତ୍‌ ହୋଇଛି । ସେପଟେ ମାଡିସନ୍‌ କିଜଙ୍କ ଦୀର୍ଘ ୭ ବର୍ଷର ସ୍ବପ୍ନ ସାକାର ହୋଇଛି । ସବାଲେଙ୍କାଙ୍କୁ ଚକ୍‌ମା ଦେଇ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଛନ୍ତି ଆମେରିକାର ୨୯ ବର୍ଷୀୟ ମାଡିସନ୍‌ କିଜ୍‌  । ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ଫାଇନାଲରେ ପରାସ୍ତ ହୋଇଛନ୍ତି ସବାଲେଙ୍କା । 

ଟାଇଟଲ୍ ମୁକାବିଲାରେ ବିଶ୍ୱର ଏକ ନମ୍ୱର ଖେଳାଳି ଆରିନା ସବାଲେଙ୍କାଙ୍କୁ ହରାଇ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଛନ୍ତି ମାଡିସନ କିଜ୍ । ଟୁର୍ଣ୍ଣାମେଣ୍ଟରେ ୧୯ତମ ମନ୍ୟତାପ୍ରାପ୍ତ ଖେଳାଳି ମାଡିସନ କିଜ୍ ୬-୩, ୨-୬, ୭-୫ ସେଟରେ ସବାଲେଙ୍କାଙ୍କୁ ପରାସ୍ତ କରିଛନ୍ତି । ୨ ଘଣ୍ଟା ୨୦ ମିନିଟ୍ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୨୯ବର୍ଷୀୟ ମାଡିସନ୍ ବିଜୟୀ ହେବା ସହ ସବାଲେଙ୍କାଙ୍କ ଲଗାତାର ତୃତୀୟ ଟାଇଟଲ୍ ଜିତିବା ସ୍ୱପ୍ନକୁ ଧୂଳିସାତ କରିଛନ୍ତି ।ଫାଇନାଲ ମୁକାବିଲାରେ ପ୍ରଥମ ସେଟକୁ ମାଡିସନ ଅତି ଚମତ୍କାର ଭାବେ ୬-୩ରେ ଜିତି ନେଇଥିଲେ । ଏହାପରେ ଦ୍ୱିତୀୟ ସେଟକୁ ଆରିନା ସବାଲେଙ୍କା ୬-୨ରେ ନିଜ ନାଁରେ କରିଥିଲେ । 

ଶେଷ ଏବଂ ନିର୍ଣ୍ଣାୟକ ସେଟରେ ଦୁହିଁଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା । ଦୁହେଁ ୫-୫ ପଏଣ୍ଟରେ ପହଞ୍ଚିବା ପରେ ମାଡିସନ୍ ଲଗାତାର ଦୁଇ ପଏଣ୍ଟ ହାସଲ କରିବା ସହ ଶେଷ ସେଟକୁ ୭-୫ରେ ଜିତି ନେଇଥିଲେ । ବେଲରୁଷ ଖେଳାଳି ସବାଲେଙ୍କା ଯଦି ଆଜି ଏହି ଟାଇଟଲ୍ ଜିତିବାରେ ସଫଳ ହୋଇଥାନ୍ତେ, ତେବେ ଅଷ୍ଟ୍ରେଲିଆନ୍ ଓପନ ହ୍ୟାଟ୍ରିକ୍ ଜିତିବାରେ ଷଷ୍ଠ ମହିଳା ହୋଇଥାନ୍ତେ । ଏହାସହ ୧୯୯୭-୧୯୯୯ ପରେ ମେଲବର୍ଣ୍ଣ ପାର୍କରେ ତିନି ଥର ଟାଇଟଲ୍ ଜିତିବାରେ ମାର୍ଟିନା ହିଙ୍ଗିସଙ୍କ ପରେ ପ୍ରଥମ ମହିଳା ଖେଳାଳି ହୋଇଥାନ୍ତେ । ଅନ୍ୟପଟେ ୨୦୧୭ ମସିହାରେ ୟୁଏସ୍ ଓପନ୍ ଫାଇନାଲରେ ପରାସ୍ତ ହେବାର ୭ ବର୍ଷ ପରେ ଆମେରିକୀୟ ଟେନିସ ଖେଳାଳି ମାଡିସନ କିଜ୍ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.