ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ୟୁନେକ୍ସ ସନରାଇଜ ସିନିୟର ର‌୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍‌, ଭାଗ ନେବେ ୧୫୦୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ ଖେଳାଳି

Published By : Prameya | July 8, 2025 12:09 PM

ଭୁବନେଶ୍ୱର, ୦୮/୦୭:  ଆଜିଠୁୁ କଳିଙ୍ଗ ଷ୍ଟାଡିୟମ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏବଂ ବହୁମଖୀ ଇନଡୋର ଷ୍ଟାଡିୟମ ପୋଖରୀପୁଟରେ ଆରମ୍ଭ  ହେବାକୁ ଯାଉଛି ୟୁନେକ୍ସ ସନରାଇଜ  ସିନିୟର ର‌୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ  ଚାମ୍ପିଅନସିପ୍‌ । ଏହା ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଉଛି ।  

ମଙ୍ଗଳବାରଠୁ ପ୍ରତିଯୋଗିତା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ ।  ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ଏବଂ  ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗରେ  ପ୍ରତିଯୋଗିତା ଆୟୋଜିତ ହେଉଛି ।  ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ,  ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ  ମିକ୍ସ ଡବଲ୍ସ ଏପରି ୫ଟି ବିଭାଗରେ  ପ୍ରତିଦ୍ୱନ୍ଦ୍ୱିତା ହେବ । ପୁରୁଷ ଓ  ମହିଳା ବର୍ଗରେ ୧୫୦୦ରୁ ଊଦ୍ଧ୍ୱର୍  ଖେଳାଳି ଏଥିରେ ଭାଗ ନେବେ ।

ପ୍ରତିଯୋଗିତାର ପ୍ରଥମ ୪ ଦିନରେ  ଯୋଗ୍ୟତା ରାଉଣ୍ଡ ଏବଂ ଶେଷ ୪ ଦିନ  ମୁଖ୍ୟ ଡ୍ର ଖେଳାଯିବ । ଖେଳ ସୁପରିଚାଳନା  ପାଇଁ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଦୀପ  କୁମାର ମହାନ୍ତି, ଶୈଳେନ୍ଦ୍ର ଚୌଧୁରୀ,  ମନୋରଞ୍ଜନ ପଣ୍ଡା, ସୁରେଶ ପଣ୍ଡା,  ଅଜିତ ମହାନ୍ତି, କମଳ ଦାସ, ସନ୍ଦୀପ  ମିଶ୍ର ଓ ସୁରୁଲାଲ ମଟାରି ପ୍ରମୁଖ  ବିଭିନ୍ନ କମିଟିର ଦାୟିତ୍ୱ ତୁଳାଇବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.