ଭୁବନେଶ୍ୱର, ୦୮/୦୭:  ଆଜିଠୁୁ କଳିଙ୍ଗ ଷ୍ଟାଡିୟମ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଏବଂ ବହୁମଖୀ ଇନଡୋର ଷ୍ଟାଡିୟମ ପୋଖରୀପୁଟରେ ଆରମ୍ଭ  ହେବାକୁ ଯାଉଛି ୟୁନେକ୍ସ ସନରାଇଜ  ସିନିୟର ର‌୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ  ଚାମ୍ପିଅନସିପ୍‌ । ଏହା ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଉଛି ।  

ମଙ୍ଗଳବାରଠୁ ପ୍ରତିଯୋଗିତା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ ।  ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ଏବଂ  ରାଜ୍ୟ କ୍ରୀଡ଼ା ବିଭାଗର ସହଯୋଗରେ  ପ୍ରତିଯୋଗିତା ଆୟୋଜିତ ହେଉଛି ।  ପୁରୁଷ ସିଙ୍ଗଲ୍ସ, ମହିଳା ସିଙ୍ଗଲ୍ସ,  ପୁରୁଷ ଡବଲ୍ସ, ମହିଳା ଡବଲ୍ସ ଏବଂ  ମିକ୍ସ ଡବଲ୍ସ ଏପରି ୫ଟି ବିଭାଗରେ  ପ୍ରତିଦ୍ୱନ୍ଦ୍ୱିତା ହେବ । ପୁରୁଷ ଓ  ମହିଳା ବର୍ଗରେ ୧୫୦୦ରୁ ଊଦ୍ଧ୍ୱର୍  ଖେଳାଳି ଏଥିରେ ଭାଗ ନେବେ ।

ପ୍ରତିଯୋଗିତାର ପ୍ରଥମ ୪ ଦିନରେ  ଯୋଗ୍ୟତା ରାଉଣ୍ଡ ଏବଂ ଶେଷ ୪ ଦିନ  ମୁଖ୍ୟ ଡ୍ର ଖେଳାଯିବ । ଖେଳ ସୁପରିଚାଳନା  ପାଇଁ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଦୀପ  କୁମାର ମହାନ୍ତି, ଶୈଳେନ୍ଦ୍ର ଚୌଧୁରୀ,  ମନୋରଞ୍ଜନ ପଣ୍ଡା, ସୁରେଶ ପଣ୍ଡା,  ଅଜିତ ମହାନ୍ତି, କମଳ ଦାସ, ସନ୍ଦୀପ  ମିଶ୍ର ଓ ସୁରୁଲାଲ ମଟାରି ପ୍ରମୁଖ  ବିଭିନ୍ନ କମିଟିର ଦାୟିତ୍ୱ ତୁଳାଇବେ ।