ନୂଆଦିଲ୍ଲୀ – ଦିଲ୍ଲୀ ଏନସିଆର ସମେତ ଭାରତର ଅନେକ ଭାଗରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ଜିୟୋଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମୁତାବିକ , ଏହାର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ଭୂପୃଷ୍ଠ ଠାରୁ ୨୧୫ କିଲୋମିଟରର ଗଭୀରତାରେ ଥିବା କୁହାଯାଉଛି। ରିକ୍ଟର ସେକ୍ସରେ ଏହାର ତୀବ୍ରତା ୬.୨ ମପା ଯାଇଛି। ଭୂକମ୍ପର ଝଟକା ଏତେ ଜୋରରେ ଥିଲା ଯେ, ଘର ଓ ଅଫସିରେ ବସିଥିବା ଲୋକେ ଭୟରେ ବାହାରକୁ ଦୌଡ଼ିଥିଲେ। ହେଲେ ଏଥିରେ ଧନଜୀବନ ନଷ୍ଟ ହେବାର ଖବର ଆସି ନାହିଁ।
ଶନିବାର ସନ୍ଧ୍ୟା ୭ଟା ୪ ମିନିଟ ପରେ ଆସି ଥିବା ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠର ଖୁବ୍ ଗଭୀରରେ ଥିଲା। ଏଥିଯୋଗୁଁ ଏହାର ଝଟକା ଅନେକ ଦେଶର ଅନୁଭୂତ ହୋଇଛି। ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଭାରତ , ଚୀନ , ତାଜାକିସ୍ତାନ , ଉଜବେକିସ୍ତାନ , କିର୍ଗିସ୍ତାନ ଓ ତୁର୍କମେନିସ୍ତାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏପଟେ ଭାରତରେ ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି।
ବିଶେଷଜ୍ଞଙ୍କ ମୁତାବିକ , ଭୂକମ୍ପର କେନ୍ଦ୍ର ଯେତେ ଗଭୀର ହୋଇଥାଏ, ସେତେ ବ୍ୟାପକ ଭାବେ ଏହାର ପ୍ରଭାବ ଦେଖାଯାଏ। ହେଲେ ଏଥିରେ କ୍ଷୟକ୍ଷତି ହେବାର ସମ୍ଭାବନା କମ୍ ଥାଏ। ସୋସିଆଲ ମିଡିଆରେ ଲୋକେ ଦିଲ୍ଲୀ ଓ ଶ୍ରୀନଗର ସମେତ ଭାରତର ଅନେକ ସ୍ଥାନରେ ଝଟକା ଅନୁଭୂତ ହେବାର କଥା କହୁଛନ୍ତି।
EQ of M: 6.2, On: 27/06/2026 19:04:51 IST, Lat: 36.442 N, Long: 70.672 E, Depth: 215 Km, Location: Afghanistan.
— National Center for Seismology (@NCS_Earthquake) June 27, 2026
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @DrNKalaiselvi @GSuresh_NCS @ndmaindia pic.twitter.com/lD494VYeiW
ଏହା ପୂର୍ବରୁ ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଶୁକ୍ରବାର ଠାରୁ ଏବେସୁଦ୍ଧା ମଧ୍ୟମ ତୀବ୍ରତାର ଅତି କମରେ ପାଞ୍ଚଟି ଭୂକମ୍ପ ଆସି ସାରିଛି। ଶନିବାର ସକାଳେ ଆସିଥିବା ଭୂକମ୍ପର ଝଟକାରେ ବରଖାନ ଓ ଆଖପାଖ ଅଞ୍ଚଳର ପ୍ରଭାବିତ ହୋଇଛି।
ଆହୁରି ମଧ୍ୟ ପଢନ୍ତୁ : Weather Update : ଆସନ୍ତା ତିନି ଦିନ ଏହି ସବୁ ରାଜ୍ୟରେ ହେବ ଭୟଙ୍କର ବର୍ଷା