ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଝାନସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ପଥରମାଡ଼, ଭୟଭୀତ ଯାତ୍ରୀ

Published By : Anindita Ratha | January 28, 2025 12:02 PM

ନୂଆଦିଲ୍ଲୀ,୨୮/୦୧: ସଙ୍ଗମ ନଗରୀରେ ମହାକୁମ୍ଭ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ଏହା ମଧ୍ୟରେ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ  ହରପାଲପୁର ଷ୍ଟେସନ ନିକଟରେ ପଥରମାଡ଼ ହୋଇଛି । ଝାନସୀରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ପଥରମାଡ଼ ଓ ଭଙ୍ଗାରୁଜା ନେଇ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ହରପାଲପୁର ଷ୍ଟେସନରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଟ୍ରେନ ଉପରେ ପଥରମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ । ତେବେ ଏହି ଘଟଣାର ଭିଡି଼ଓ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବଗିଟି ଥିବା ବେଳେ ଦୁର୍ବୁତ୍ତମାନେ  ପଥରମାଡ଼ କରିଥିଲେ । 

କୁହାଯାଉଛି ଯେ, ଝାନସୀରୁ ପ୍ରୟାଗରାଜକୁ ଯାଉଥିବା ବିରାଙ୍ଗନା ଲକ୍ଷ୍ମୀବାଇ ଟ୍ରେନ୍ ନମ୍ବର ୧୧୮୦୧ ଉପରେ ଆକ୍ରମଣ କରାଯାଇଛି। ଟ୍ରେନ୍ ଭିତରେ ଉପସ୍ଥିତ ଯାତ୍ରୀମାନେ ହରପାଲପୁର ଷ୍ଟେସନରେ ଗେଟ୍ ଖୋଲି ନ ଥିଲେ। ଏହା ପରେ ସେଠାରେ ଉପସ୍ଥିତ ଲୋକମାନେ ପଥର ଫିଙ୍ଗିବା ଆରମ୍ଭ କଲେ । ଏହି କାରଣରୁ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟ୍ରେନ୍ ଭିତରେ ବହୁ ମହିଳା ମଧ୍ୟ ଉପସ୍ଥିତ ଥିଲେ, ଯେଉଁମାନେ ପ୍ରୟାଗର ମହାକୁମ୍ଭରେ ବୁଡ ପକାଇବାକୁ ଯାଉଥିଲେ।  ହଠାତ୍ ଆକ୍ରମଣ ପରେ ଯାତ୍ରୀମାନେ ଡରି ଯାଇଥିଲେ। ଆକ୍ରମଣକାରୀଙ୍କ ସଂଖ୍ୟା ୮ ରୁ ୧୦ ବୋଲି କୁହାଯାଉଛି। ପୋଲିସ ଏହି ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ଉପଦ୍ରବକାରୀମାନେ ମଧ୍ୟ ଟ୍ରେନରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାର ଯାତ୍ରୀମାନେ ଠିକ୍ ସମୟରେ କବାଟ ବନ୍ଦ କରିଦେଇଥିଲେ। ସୋମବାର ରାତି ୧୦ ଟାରୁ ୧୧ ଟା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।







Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.