ପ୍ରମୂଖ ଖବର

ପ୍ରୟାଗରାଜ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍; ୨ମୃତ, ଏକାଧିକ ଆହତ

Published By : Anindita Ratha | February 5, 2025 9:50 AM

ନୂଆଦିଲ୍ଲୀ,୦୫/୦୨: ପୁଣି ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାକୁମ୍ଭକୁ ଯାଉଥିବା ବେଳେ ଓଲଟିଲା ଯାତ୍ରୀବାହୀ ବସ୍ । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ବସଟି ବିହାରର ପାଟଣାରୁ ମହାକୁମ୍ଭ ଯାଉଥିବା ଜଣାପଡ଼ିଛି। ତେବେ ଉତ୍ତରପ୍ରଦେଶର ଚନ୍ଦୋଲିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। 

ସୂଚନା ମୁତାବକ, ଗତକାଲି ବସଟି ଶ୍ରଦ୍ଧାଳୁଙ୍କୁ ନେଇ ବିହାରରୁ ମହାକୁମ୍ଭ ଯାଉଥିଲା । ହେଲେ  ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଚନ୍ଦୌଲିରେ ବସଟି ଟ୍ରକ ଟ୍ରେଲର ମଧ୍ୟ ଧକ୍କା ହେବା ଯୋଗୁଁ  ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେଥିରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏନେଇ ଖବର ପାଇଏନଏଚଆଇର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏଥିସହ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।  ସେହିପରି ଗୁରୁତର ଆହତ ବ୍ୟକ୍ତିଙ୍କ ମଧ୍ୟ ୫ ଜଣ ମହିଳା, ୫ ଜଣ ପୁରୁଷ ୨ ଜଣ ଛୁଆ ଥିବା ଜଣାପଡିଛି । ସେହିପରି ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.