ନୂଆଦିଲ୍ଲୀ : ପ୍ରୟାଗରାଜରେ ଚାଲୁ ଥିବା ଦିବ୍ୟ-ଭବ୍ୟ ମହାକୁମ୍ଭର ଆଜି ୨୧ତମ ଦିନ। ଆଜି ସକାଳ ୧୦ଟା ସମୟ ସୁଦ୍ଧା ୭୨.୩୬ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ଦେଇଛନ୍ତି। ଏବେସୁଦ୍ଧା ୩୪.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ଦେଇ ସାରିଲେଣି। କହି ରଖୁଛି କି, ମହାକୁମ୍ଭର ଆରମ୍ଭରେ ୧୩ ଜାନୁଆରୀରୁ ହୋଇଥିଲା। ଆସନ୍ତାକାଲି ବସନ୍ତ ପଞ୍ଚମୀ ଅବସରରେ ୩ୟ ଅମୃତ ସ୍ନାନ ହେବ, ଯାହାକୁ ଦେଖି ଶାସନରୁ ନେଇ ପ୍ରଶାସନ ଯାଏ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ବସନ୍ତ ପଞ୍ଚମୀର ଅମୃତ ସ୍ନାନକୁ ଦେଖି ୨ରୁ ୪ଫେବ୍ରୁଆରୀ ଯାଏ ପ୍ରୟାଗରାଜ ସହରକୁ ବାହାରୁ ଯାନବାହନର ପ୍ରବେଶ ନିଷେଧ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ନିଜର ଗାଡ଼ି ସହରର ବାହାରେ ପାର୍କିଂ କରିବାକୁ କୁହାଯାଇଛି। ପାର୍କିଂ ଠାରୁ ଲୋକେ ବସ୍ ବା ଚାଲି ଚାଲି ଘାଟ ଯାଏ ପହଞ୍ଚି ପାରିବେ। ବଡ ଓ ଛୋଟ ଛୋଟ ଗାଡ଼ି ପାଇଁ ଅଲଗା ଅଲଗା ପାର୍କିଂ ବ୍ୟବସ୍ଥା ହୋଇଛି। ସବୁ ରେଲୱେ ଷ୍ଟେସନରେ ୱାନ ୱେ ବ୍ୟବସ୍ଥା ଲାଗୁ କରି ଦିଆ ଯାଇଛି। ଅର୍ଥାତ୍ ଏକ ସାଇଡ୍ରୁ ଶ୍ରଦ୍ଧାଳୁ ଆସିବେ ଏବଂ ଅନ୍ୟପଟେ ପ୍ରସ୍ଥାନ ହେବ।
ଶନିବାର ୧ଫେବ୍ରୁଆରୀରେ ସିଏମ୍ ଯୋଗୀ ବସନ୍ତ ପଞ୍ଚମୀର ଅମୃତ ସ୍ନାନକୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ସିଏମ୍ ଯୋଗୀ କହିଛନ୍ତି କି, ୨ ଓ ୩ ଫେବ୍ରୁଆରୀ ମହାକୁମ୍ଭ ପାଇଁ ଚ୍ୟାଲେଞ୍ଜିଂ ଅଛି। ମିଳିଥିବା ସୂଚନା ଆଧାରରେ, ସିଏମ୍ ଯୋଗୀ ଅଧିକାରୀଙ୍କ ସହ ବୈଠକରେ ସ୍ପଷ୍ଟ କହିଛନ୍ତି କି, ଏବେ କିଛି ବି ଭିଆଇପି ପ୍ରୋଟକଲ୍ ଲାଗୁ କରାଯିବ ନାହିଁ। କୌଣସି ମୂଲ୍ୟରେ ଲୋକଙ୍କ ଯାତାୟାତରେ ବାଧା ଦିଆଯିବ ନାହିଁ । ସିଏମ୍ ଯୋଗୀ ଅଧିକାରୀଙ୍କୁ କହିଛନ୍ତି, ଅମୃତ ସ୍ନାନର ଅବସରରେ ବା ମହାକୁମ୍ଭରେ କୌଣସି ବି ସନ୍ଥ , କଳ୍ପବାସୀ ବା ଦେଶ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ସମସ୍ୟା ହେବା ଉଚିତ ନୁହେଁ ଏବଂ ସମସ୍ତଙ୍କର ସୁରକ୍ଷା ସୁନିଶ୍ଚିତ କରାଯିବା ଉଚିତ୍।