ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକୁମ୍ଭ ଦଳାଚକଟା ଘଟଣା, ଘଟଣାର ତଦନ୍ତ କରିବାକୁ ପ୍ରୟାଗରାଜ ଯିବେ ନ୍ୟାୟିକ ଆୟୋଗ

Published By : Anindita Ratha | January 31, 2025 8:32 AM

ନୂଆଦିଲ୍ଲୀ, ୩୧/୦୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଦଳାଚକଟା ଘଟଣା ପରେ ବର୍ତ୍ତମାନ ଧିରେ ଧିରେ ସୁଧୁରୁଛି ସ୍ଥିତି । ଏନେଇ ପ୍ରଶାସନ ମଧ୍ୟ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ନିୟମରେ ପରିବର୍ତ୍ତନ କରିଛି। ଯାହାଦ୍ବାରା ଶ୍ରଦ୍ଧାଳୁମାନେ ସହଜରେ ଆସି ଏହି ପବିତ୍ର ସ୍ନାନ କରିପାରିବେ । ତେବେ ବର୍ତ୍ତମାନ ମହାକୁମ୍ଭର ୧୮ ଦିନରେ ବର୍ତ୍ତମାନ ୨୭ କୋଟି ୫୮ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିସାରିଲେଣି। ତେବେ ଏହାରି ମଧ୍ୟରେ ମୌନି ଅମାବାସ୍ୟାରେ ହୋଇଥିବା ଦଳଚକଟା ଘଟଣାର ତଦନ୍ତ କରିବାକୁ ପ୍ରୟାଗରାଜ ଯିବେ ଗଠିତ ନ୍ୟାୟିକ ଆୟୋଗ । 

ଏହା ମଧ୍ୟ ପଢନ୍ତୁ-ଆସ୍ଥାର କେନ୍ଦ୍ରବିନ୍ଦୁ ‘ସଙ୍ଗମ ନୋଜ୍‌’, ଜାଣନ୍ତୁ କାହିଁକି ତଟରେ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ

ତିନି ଜଣ ସଦସ୍ୟ ବିଶିଷ୍ଟ ତଦନ୍ତକାରୀ ଟିମ୍ ଦଳାଚକଟା ଘଟଣାର କାରଣ  ଓ କିପରି ହେଲା ଏନେଇ ତଦନ୍ତ କରିବେ । ନ୍ୟାୟିକ ଆୟୋଗର ନେତୃତ୍ବ ପୂର୍ବ ନ୍ୟାୟଧିଶ ହର୍ଷ କୁମାର କରୁଛନ୍ତି। ଏହି ଆୟୋଗର ସଦସ୍ୟରେ ପୂର୍ବ ଆଇଏସ ଡି.କେ ସିଂହ ଓ ପୂର୍ବ ଆଇପିଏସ ବିକି ଗୁପ୍ତା ମଧ୍ୟ ସାମିଲ ଅଛନ୍ତି । ଘଟଣାର ପୂରା ତଦନ୍ତ କରି ଆୟୋଗ ଏକ ମାସ ଭିତରେ ଘଟଣାର ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତାନ୍ତର କରିବେ । ଏହାରି ମଧ୍ୟରେ ମୁଖ୍ୟ ସଚିବ ମନୋଜ କୁମାର ସିଂହ ଓ ଡ଼ିଜିପି ପ୍ରଶାନ୍ତ କୁମାର ଗୁରୁବାର ଦିନ ମେଳା କ୍ଷେତ୍ରକୁ ପରିଦର୍ଶନ କରିବା ସହ ନୂଆ ସୁରକ୍ଷା ବ୍ୟବସ୍ଥାର ନିର୍ଦ୍ଦେଶ ଦେଇଛନ୍ତି । 

ସେହିପରି ଆଗକୁ ବସନ୍ତ ପଞ୍ଚମୀ ଆସୁଥିବା ବେଳେ ଏଭଳି ଘଟଣା ପୁଣି ଥରେ ନ ହେବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରକାଶ ଥାଉକି, ମହାକୁମ୍ଭରେ ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇବାକୁ ଆସୁଛନ୍ତି । କିନ୍ତୁ ଚଳିତଥର ପ୍ରଶାସନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ଯାହାଫଳରେ ଶ୍ରଦ୍ଧାଳୁମାନେ ବିନା କୌଣସି ଅସୁବିଧାରେ ବୁଡ଼ ପକାଇପାରିବେ । ସେହିପରି କୁମ୍ଭ ପାଇଁ ସ୍ପେଶାଲ ଟ୍ରେନ ସଂଖ୍ୟା ମଧ୍ୟ ବଢିପାରେ ବୋଲି ସୂଚନା ମିଳିଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.