ନୂଆଦିଲ୍ଲୀ : ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭକୁ ୨୯ଜାନୁଆରୀରେ ବହୁତ ଭକ୍ତଙ୍କ ସମାଗମ ହେବ। କାରଣ ଏହି ଦିନ ସବୁଠୁ ବଡ଼ ଅମୃତ ସ୍ନାନ ମୌନି ଅମାବାସ୍ୟାରେ ହେବ। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ରେଲୱେ ପ୍ରୟାଗରାଜ ଜଙ୍କସନ, ନୈନି ଓ ଅନ୍ୟ ରେଲୱେ ଷ୍ଟେସନ ଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନର ରାସ୍ତା ବଦଳାଇ ଦେଇଛି। ରେଲୱେର ଚେଷ୍ଟା କି, ଷ୍ଟେସନର ଏକ ସାଇଡ୍‌ରୁ ଲୋକେ ପଶି ଅନ୍ୟ ସାଇଡ୍‌ରୁ ବାହାରିବେ। ମହାକୁମ୍ଭରେ ଏବେସୁଦ୍ଧା ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ ଲଗାଇ ସାରିଛନ୍ତି। ପ୍ରଶାସନର ଅନୁମାନ କି ମୌନି ଅମାବାସ୍ୟାରେ ୧୦କୋଟି ଲୋକ ପ୍ରୟାଗରାଜରେ ଗଙ୍ଗା ସ୍ନାନ ପାଇଁ ପହଞ୍ଚି ପାରନ୍ତି। ପ୍ରୟାଗରାଜ ରେଳ ମଣ୍ଡଳ ସହରର ସବୁ ଷ୍ଟେସନରେ ୨୯ଜାନୁଆରୀରେ ଯାତ୍ରୀଙ୍କ ଯିବା ଆସିବା ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରିଛି।

ମୌନି ଅମାବାସ୍ୟାରେ ପାଖାପାଖି ୧୦କୋଟି ଲୋକଙ୍କ ପ୍ରୟାଗରାଜ ଆସିବାର ଅନୁମାନ କରାଯାଉଛି। ଏହି ମଧ୍ୟରେ ୨୫ଜାନୁଆରୀରୁ ହିଁ ପାଖାପାଖି ୧କୋଟି ଯାତ୍ରୀ ପ୍ରତିଦିନ ମହାକୁମ୍ଭକୁ ଆସୁଛନ୍ତି। ବହୁ ସଂଖ୍ୟାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇ ରେଲୱେ ପ୍ରୟାଗରାଜର ସବୁ ଷ୍ଟେସନରେ କିଛି ପ୍ରତିବନ୍ଧକ ଲଗାଇଛି ଏବଂ ବିଶେଷ ଯୋଜନା ମଧ୍ୟ କରିଛି। ଏହି ପ୍ରତିବନ୍ଧକ ମୌନି ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୮ ଜାନୁଆରୀରୁ ଲାଗୁ ହେବ ଏବଂ ଏହାପର ଦୁଇ ଦିନ ଯାଏ ଅର୍ଥାତ ୩୧ ଜାନୁଆରୀ ଯାଏ ପ୍ରଭାବୀ ରହିବ। ମୌନୀ ଅମାବାସ୍ୟା ସ୍ନାନ ଦିନ ପ୍ରୟାଗରାଜ ଜଙ୍କସନରେ ପ୍ରବେଶ କେବଳ ସିଟି ସାଇଡ୍‌ ଅର୍ଥାତ୍‌ ପ୍ଲାଟଫର୍ମ ନମ୍ୱର-୧ ପକ୍ଷରୁ ଦିଆଯିବ। ପ୍ରସ୍ଥାନ କେବଳ ସିଭିଲ୍‌ ଲାଇନ୍ସ ସାଇଡ୍‌ ଅର୍ଥାତ୍‌ ନମ୍ୱର ୬ ଆଡୁ ହେବ। 

ପ୍ରୟାଗରାଜ ଜଙ୍କସନରେ ରିଜର୍ଭ ଟିକେଟ୍‌ କରିଥିବା ଯାତ୍ରୀଙ୍କୁ ଅଲଗା ଭାବେ ସିଟି ସାଇଡ୍‌ର ଗେଟ୍ ନଂ ୫ରୁ ଏଣ୍ଟ୍ରି ମିଳିବ। ବିନା ରିଜର୍ଭ ଟିକେଟର ଯାତ୍ରୀଙ୍କୁ ଦିଶାବାର କଲର କୋଡେଡ୍‌ ଆଶ୍ରୟ ସ୍ଥଳ ଜରିଆରେ ପ୍ରବେଶ କରାଯିବ। ଟିକେଟ୍‌ ପାଇଁ ଆଶ୍ରୟ ସ୍ଥଳରେ ହିଁ ଟିକେଟ୍ କାଉଣ୍ଟର , ଟିକେଟ ଭେଣ୍ଡିଂ ମେସିନ ଓ ମୋବାଇଲ ଟିକେଟିଂର ବ୍ୟବସ୍ଥା ରହିବ। ଭିଡକୁ ପରିଚାଳିତ କରିବା ପାଇଁ ଖୁସରୋ ବାଗ୍‌ରେ ଲକ୍ଷେ ଲୋକଙ୍କୁ ରହିବା ପାଇଁ ହୋଲଡିଂ ଏରିଆର ନିର୍ମାଣ ମଧ୍ୟ କରାଯାଇଛି। 

ମୌନି ଅମାବାସ୍ୟା ପର୍ବରେ ନୈନି ଜଙ୍କସନରେ ପ୍ରବେଶ କେବଶ ଷ୍ଟେସନ ରୋଡ୍‌ରୁ ଓ ପ୍ରସ୍ଥାନ କେବଳ ମାଲଗୋଦାମ ପକ୍ଷରୁ ହେବ। ସଂରକ୍ଷିତ ଯାତ୍ରୀଙ୍କୁ ଗେଟ୍‌ ନମ୍ୱର-୨ରୁ ଅଲଗା  ଭାବେ ପ୍ରବେଶ ଦିଆଯିବ। ଛିବକି ଷ୍ଟେସନରେ ପ୍ରବେଶ କେବଳ ପ୍ରୟାଗରାଜ-ମିର୍ଜାପୁର ରାଜମାର୍ଗକୁ ଯୋଡ଼ିଥିବା ସିଓଡି ମାର୍ଗରୁ ଏବଂ ପ୍ରସ୍ଥାନ କେବଳ ଜିଇସି ନୈନି ରୋଡ ପକ୍ଷରୁ ହେବ। ମହାକାଶ ଯାତ୍ରୀ ଗେଟ୍‌ ନମ୍ୱର-୨ରୁ ପ୍ରବେଶ କରିବେ। ସୁବେଦାରଗଞ୍ଜ ଷ୍ଟେସନରେ ପ୍ରବେଶ ଝଲବା, କୌଶାମ୍ୱି ରୋଡ୍‌ ଦିଗରୁ ହେବ , ପ୍ରସ୍ଥାନ କେବଳ ଜିଟି ରୋଡ ଦିଗରୁ ହେବ। ସଂରକ୍ଷିତ ଯାତ୍ରୀ ଗେଟ୍ ନମ୍ୱର-୩ରୁ ପ୍ରବେଶ କରିବେ।