କୋଲକାତା : ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲି ଥିବା ମହାକୁମ୍ଭକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦିତ ବୟାନ । ଯୋଗୀ ଆଦତ୍ୟନାଥ ସରକାରକୁ ଟାର୍ଗେଟ୍‌ କରି ପଶ୍ଚିମବଙ୍ଗ ବିଧାନସଭାରେ ମମତା କହିଲେ, ମହାକୁମ୍ଭ ଏବେ ‘ମୃତ୍ୟୁକୁମ୍ଭ’ରେ ବଦଳି ଯାଇଛି। ସେ ଅଭିଯୋଗ ଲଗେଇଛନ୍ତି କି , ମହାକୁମ୍ଭରେ VVIPsଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଉଛି, ଯେତେବେଳେ କି ସାଧାରଣ ଲୋକଙ୍କୁ ସେଠାରେ ବହୁତ ସମସ୍ୟାର ସାମନା କରିବାକୁ ପଡ଼ୁଛି। ସେ ମହାକୁମ୍ଭରେ ହୋଇଥିବା ଦଳାଚକଟା ଉପରେ ମଧ୍ୟ ବିଜେପି ସରକାରକୁ ଘେରିଛନ୍ତି ଏବଂ କହିଛନ୍ତି ସେଠାରେ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ବନ୍ଦୋବସ୍ତ ହୋଇ ନାହିଁ।

ମମତା ବାନାର୍ଜୀ କହିଛନ୍ତି , “ ଏହା ‘ମୃତ୍ୟୁ କୁମ୍ଭ’ … ମୁଁ ମହାକୁମ୍ଭର ସମ୍ମାନ କରୁଛି, ମୁଁ ପବିତ୍ର ଗଙ୍ଗା ମାତାଙ୍କୁ ସମ୍ମାନ କରୁଛି , କିନ୍ତୁ କୌଣସି ଯୋଜନା ନାହିଁ … କେତେ ଉଦ୍ଧାର ହୋଇଛନ୍ତି ?... ଧନୀ , ଭିଆଇପି ଲୋକଙ୍କ ପାଇଁ ୧ଲକ୍ଷ ଟଙ୍କା ଯାଏ କ୍ୟାମ୍ପ (ଟେଣ୍ଟ)ର ବ୍ୟବସ୍ଥା ଅଛି। ଗରିବଙ୍କ ପାଇଁ କୁମ୍ଭରେ କୌଣସି ବ୍ୟବସ୍ଥା ନାହିଁ … ମେଳାରେ ଦଳାଚକଟାର ସ୍ଥିତି ସାଧାରଣ , କିନ୍ତୁ ବ୍ୟବସ୍ଥା କରିବା ମହତ୍ତ୍ୱପୂର୍ଣ୍ଣ। ଆପଣ କଣ ଯୋଜନା କରିଥିଲେ ? “

ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍‌ ଅଧିବେଶନ ବେଳେ ମମତା ବାନାର୍ଜୀ କହିଛନ୍ତି , ପ୍ରୟାଗରାଜରେ ଚାଲୁଥିବା ମହାକୁମ୍ଭ ମେଳାରେ କୁପ୍ରବନ୍ଧନ ପାଇଁ ବିଜେପି ନେତୃତ୍ୱର କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି ଏବଂ କହିଛନ୍ତି , ମହାକୁମ୍ଭ ମୃତ୍ୟୁକୁମ୍ଭରେ ବଦଳି ଯାଇଛି। ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ବିଧାୟକଙ୍କ ଦ୍ୱାରା ତାଙ୍କ ଉପରେ ବାଂଲାଦେଶୀ କଟ୍ଟରପନ୍ଥୀଙ୍କ ସହ ସଂପର୍କ ଥିବା ଟିପ୍ପଣୀକୁ ନେଇ ଅଭିଯୋଗ କରିବେ।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି କି, ବିଜେପି ନିଜର ରାଜନୀତିକ ହିତ ସାଧନ ପାଇଁ ଧର୍ମର ବ୍ୟବହାର କରୁଛନ୍ତି। ସେ କହିଛନ୍ତି କି , ଅଭିବ୍ୟକ୍ତିର ସ୍ୱାଧୀନତା ବିଜେପି ବିଧାୟକଙ୍କୁ ଘୃଣା ବିସ୍ତାର କରିବା ଓ ଲୋକଙ୍କୁ ବିଭାଜିତ କରିବାର ଅନୁମତି ଦେଉ ନାହିଁ। ପଶ୍ଚିମବଙ୍ଗରେ ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଶନିବାର ଅଭିଯୋଗ ଲଗେଇ ଥିଲେ କି , ରାଜ୍ୟର କିଛି ଅଞ୍ଚଳରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ବଢୁଛି ଏବଂ ଏଥିପାଇଁ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରାଇଛନ୍ତି।


ଏହା ଉପରେ ମମତା ବିଜେପିକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି , ତାଙ୍କର ଯଦି ବାଂଲାଦେଶୀ କଟ୍ଟରପନ୍ଥୀଙ୍କ ସହ ସମ୍ୱନ୍ଧ କହିଛି , ଏହି ଅଭିଯୋଗକୁ ସାବ୍ୟସ୍ତ କର। ସେ କହିଛନ୍ତି କି ଯଦି ପାର୍ଟି ଏହା ସାବ୍ୟସ୍ତ କରିବାରେ ସକ୍ଷମ ହୁଏ , ତ ସେ ଇସ୍ତଫା ଦେଇ ଦେବେ। ବିଜେପି ମମତାଙ୍କ ବୟାନର ସମାଲୋଚନା କରିଛି ଏବଂ ଏହାକୁ ହିନ୍ଦୁତ୍ୱର ଅପମାନ ବୋଲି କହିଛି।