ନୂଆଦିଲ୍ଲୀ,୧୮/୦୩: ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହୋଇଛି । ମହାକୁମ୍ଭ ରୂପରେ ପୂରା ଦୁନିଆ ଭାରତର ଦର୍ଶନ କରିଛି । ଦେଶର କୋଣ ଅନୁକୋଣରେ ଧାର୍ମିକ ଚେତନା ଜ୍ରାଗତ ହୋଇଛି । ମହାକୁମ୍ଭରୁ ଅନେକ ଅମୃତ ବାହାରିଛି । ମହାକୁମ୍ଭରେ ଏକତାର ବିରାଟ ରୂପ ଦେଖିବାକୁ ମିଳିଥିଲା । ସବ୍ କା ପ୍ରୟାସର ଏହା ସାର୍ଥକ ରୂପ । ମହାକୁମ୍ଭ ୧୮୫୭ କ୍ରାନ୍ତି ପରି । ପ୍ରଶ୍ନ ଉଠାଉଥିବା ସମସ୍ତଙ୍କୁ ଜବାବ୍ ମିଳିଛି । ବଜେଟ୍ ଅଧିବେଶନରେ ଲୋକସଭାରେ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସଂସଦରେ ପିଏମ୍ ମୋଦିଙ୍କ ସମ୍ବୋଧନ- ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଆଜି (ମଙ୍ଗଳବାର) ଲୋସସଭାରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭକୁ ନେଇ ସଂସଦରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ମହାକୁମ୍ଭରୁ ଦେଶକୁ ସନ୍ଦେଶ ମିଳିଛି । ସଙ୍ଗମ ତଟରେ ବୁଡ ପକାଇବା ଏକ ଭାରତ,ଶ୍ରେଷ୍ଠ ଭାରତର ଝଲକ । ବିଭିନ୍ନତା ମଧ୍ୟରେ ଏକତା ଭାରତର ବିଶେଷତ୍ବ ମହାକୁମ୍ଭରେ ଅନୁଭବ ହୋଇଛି । ମହାକୁମ୍ଭ ଏକତାର ଏକ ବିରାଟ ରୂପ । ଅହଂ ତ୍ୟାଗ କରି ମୁଁ ନୁହେଁ, ଆମେ ଭାବନାରେ ଏକାଠି ହୋଇଥିଲେ । ଦେଶର କୋଣ ଅନୁକୋଣରେ ଧର୍ମିକ ଚେତନା ଜାଗ୍ରତ କରଛି ମହାକୁମ୍ଭ । ସବ୍ କା ପ୍ରୟାସର ଏହା ସାର୍ଥକ ରୂପ । ମହାକୁମ୍ଭ ରୂପରେ ଦୁନିଆ ଭାରତର ଦର୍ଶନ କରିଛି । ଭାରତ ଇତିହାସରେ ମହାକୁମ୍ଭ ଏମିତି ଏକ ସମୟର ସାକ୍ଷୀ ଯାହା ୧୮୫୭ କ୍ରାନ୍ତି ପରି । ଭଗତ ସିଂହଙ୍କ ବଳିଦାନ ଏବଂ ଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚ ଘଟଣା ଦେଶରେ ଏକ ନୂଆ ମୋଡ ନେଇଥିଲା । ଏମିତି ହିଁ ମହାକୁମ୍ଭର ବିଶାଳ ଆୟୋଜନରେ ହୋଇଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆମେ ସମସ୍ତେ ଜାଣିଛେ ଗଙ୍ଗାଜୀଙ୍କୁ ଭୂମିକୁ ଆଣିବାକୁ ଏକ ଭାଗୀରଥୀ ପ୍ରୟାସ ହୋଇଥିଲା । ଠିକ୍ ସେହିପରି ମହାକୁମ୍ଭର ଭବ୍ୟ ଆୟୋଜରେ ଦେଖିବାକୁ ମିଳିଥିଲା । ଗତବର୍ଷ ଅଯୋଧ୍ୟର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଆମେ ଅନୁଭବ କରିଥିଲେ କିପରି ଭାରତ ପ୍ରସ୍ତୁତ ହେଉଛି । ଏହାର ଗୋଟିଏ ବର୍ଷ ପରେ ମହାକୁମ୍ଭ ଏହି ଚିନ୍ତାଧାରାରୁ ଅଧିକ ଦୃଢ କରିଛି । ଆଗାମୀ ୧୦୦୦ ବର୍ଷ ପାଇଁ ଭାରତ ପ୍ରସ୍ତୁତ ହେଉଛି । ମହାକୁମ୍ଭ ସଫଳ ଆୟୋଜନ ପାଇଁ ଉତ୍ତରପ୍ରଦେଶ ପ୍ରଶାସନ ଓ ଜନତାଙ୍କୁ ଧନ୍ୟବାଦ । କୋଟି କୋଟି ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନଙ୍କ ପାଇଁ ମହାକୁମ୍ଭ ସଫଳ ହୋଇଛି ।''

କଣ କହିଲେ ରାହୁଲ ? ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ନେଇ ବିରୋଧୀ ଦଳ ନେତା ତଥା କଂଗ୍ରେସନ ନେତା ରାହୁଲ ଗାନ୍ଧୀ କହିଛନ୍ତି, '' ପିଏମ୍ ମୋଦି ଯାହା କହିଲେ ତାକୁ ଆମେ ସମର୍ଥନ କରୁଛୁ । କୁମ୍ଭ ଆମର ଇତିହାସ ଏବଂ ସଂସ୍କୃତି । ଆମର ଗୋଟିଏ ଅଭିଯୋଗ ଅଛି କି କୁମ୍ଭରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କୁ ପିଏମ ଶ୍ରଦ୍ଧାଞ୍ଚଳି ଦେଲେ ନାହିଁ । ଦ୍ବିତୀୟତଃ ଯେଉଁ ଯୁବଗୋଷ୍ଠୀ କୁମ୍ଭ ଯାଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କଠୁ ଗୋଟିଏ ଜିନିଷ ଦରକାର । ତାଙ୍କୁ ରୋଜଗାର ଦରକାର । ପ୍ରଧାନମନ୍ତ୍ରୀଙ୍କୁ ରୋଜଗାର ବିଷୟରେ ବି କହିବା ଦରକାର । ଗଣତନ୍ତ୍ର ଅନୁସାରେ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯିବା ଦରକାର । କିନ୍ତୁ ସେମାନେ ଆମକୁ କହିବାକୁ ଦେଉନାହାନ୍ତି । ଏହା ନୂଆ ଭାରତ । ''