ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକୁମ୍ଭ ଭାଇରଲ ସୁନ୍ଦରୀ ମୋନାଲିସାଙ୍କୁ ଫିଲ୍ମ ଅଫର, 'ଦ ଡାଏରୀ ଅଫ୍ ମଣିପୁର'ରେ ମିଳିଛି ଲିଡ୍ ରୋଲ୍

Published By : Ankita S | January 25, 2025 7:55 AM

ଲକ୍ଷ୍ନୌ,୨୫/୦୧: ସୁନ୍ଦର ଆଖି, ଶ୍ୟାମଳ ରଙ୍ଗ ଓ ହସ ପାଇଁ ଭାଇରାଲ ହୋଇଥିଲେ । ପ୍ରୟାଗରାଜ କୁମ୍ଭମେଳାର ସେନ୍ସେସନ୍ ପାଲିଟି ଯାଇଥିଲେ । ଏବେ ବଲିଉଡ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରୟାଗରାଜ କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ଭୋସଲେଙ୍କୁ ବଲିଉଡ ଫିଲ୍ମ ଅଫର ମିଳିଛି ।

ମହାକୁମ୍ଭ ମେଳାରେ ଫୁଟପାଥରେ ରୁଦ୍ରାକ୍ଷ ସହ ଫୁଲ ମାଳା ବିକ୍ରି କରୁଥିବା 'ଭାଇରାଲ ଗାର୍ଲ' ମୋନାଲିସାଙ୍କୁ ଫିଲ୍ମ ଅଫର ମିଳିଛି । ଫିଲ୍ମ ନିର୍ମାତା ସନୋଜ ମିଶ୍ରା ତାଙ୍କର ଆଗାମୀ ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'ରେ ମୋନାଲିସାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିବାକୁ ଅଫର ଦେଇଛନ୍ତି । ମୋନାଲିସା ଫିଲ୍ମରେ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ନଜର ଆସିବେ । ପୂର୍ବୋତ୍ତର ବିଭିନ୍ନ ସ୍ଥାନରେ ଏପ୍ରିଲରୁ ଜୁନ୍ ଯାଏ ଫିଲ୍ମର ସୁଟିଂ ହେବ । ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଫିଲ୍ମ ରିଲିଜ ହେବ ।

ଏହା ବି ପଢନ୍ତୁ...କୁମ୍ଭମେଳାର ସୁନ୍ଦରୀ ମୋନାଲିସା, ଭିଡ଼ ଭିିତରେ ସମସ୍ତଙ୍କୁ ଆକର୍ଷିତ କରୁଛି ଶ୍ୟାମଳ ରଙ୍ଗ, ଧୂସର ଆଖି..

ସୁଟିଂ ପୂର୍ବରୁ ମୋନାଲିସାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ଦିଆଯିବ । ମହାକୁମ୍ଭରେ ମୋନାଲିସାଙ୍କର ଶ୍ୟାମଳ ରଙ୍ଗ ଓ ଧୂସର ଆଖି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ତେଣୁ ତାଙ୍କ ସହ ଫଟୋ ଉଠାଇବାକୁ ଲୋକେ ଭିଡ ଜମାଉଥିଲେ । ମୋନାଲିସାଙ୍କ ଘର ମଧ୍ୟପ୍ରେଦଶ ଇନ୍ଦୋରରେ ।

ଏହା ବି ପଢନ୍ତୁ...ଭାଇରାଲ ସୁନ୍ଦରୀ ମୋନାଲିସାଙ୍କର ଟେଣ୍ଟରେ ପଶିଲେ ଯୁବକ, ଫୋନ ବାହାର କରି କହିଲେ ...

ମହାକୁମ୍ଭରେ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଫଟୋ ଓ ଭିଡିକୁ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ମହାକୁମ୍ଭ ମେଳାକୁ ଆସିଥିବା ଜଣେ ଝିଅକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ଭାଇରାଲ ଗାର୍ଲ ମୋନାଲିସା ଭୋସଲେଙ୍କ ଶ୍ୟାମଳ ରଙ୍ଗ ଓ ଧୂସର ଆଖି ସମସ୍ତଙ୍କୁ ଆକର୍ଷିତ କରିଥିଲା । ତାଙ୍କୁ ଦେଖିବାକୁ ସେଲ୍‌ଫି ନେବାକୁ ଲୋକେ ଭିଡ଼ ଜମାଇଥିଲେ । ସେ କୁମ୍ଭମେଳାରେ ମାଳା ବିକ୍ରି କରୁଥିଲେ । ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଦୁଇଗୁଣ ମୂଲ୍ୟ ଦେଇ ଲୋକେ ତାଙ୍କଠୁ ମାଳା କିଣୁଥିଲେ । ୧୬  ବର୍ଷୀୟା ମୋନାଲିସାଙ୍କ ସୁନ୍ଦରତା ଲୋକଙ୍କୁ ମୋହିତ କରିଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.